Masthead

ଗିରଫ ହେବେ ଚାରିଶବିଶ୍ ଅଧ୍ୟାପିକା

ଉଦଳା(ବଡ଼ ଖବର ବ୍ୟୁରୋ): ଗିରଫ ହେବେ ଚାରିଶବିଶ୍ ଅଧ୍ୟାପିକା । ଉଚ୍ଚଶିକ୍ଷା ବିଭାଗ ଆଖିରେ ଆଙ୍ଗୁଳି ଗେଞ୍ଜି ଦୀର୍ଘ ୧୩ ବର୍ଷ ହେବ ଜାଲ ସାର୍ଟିଫିକେଟରେ ଚାକିରି କରିଥିବା ଚାରିଶବିଶ୍ ଅଧ୍ୟାପିକାଙ୍କ ପାଇଁ ବଢିଛି ଅଡୁଆ । ଏବେ ଗିରଫ ହେବେ ଅଧ୍ୟାପିକା ଅଭିପସା ପଟ୍ଟନାୟକ । ସମସ୍ତଙ୍କୁ ଚୂନ ଲଗାଇ ଜାଲ ସାର୍ଟିଫିକେଟରେ ଦୀର୍ଘ ୧୩ ବର୍ଷ ହେବ ଚାକିରି କରିଥିଲେ । ହେଲେ ଉଚ୍ଚଶିକ୍ଷା ବିଭାଗର ଭେରିଫିକେସନରେ ମ୍ୟାଡାମଙ୍କ ଜାଲିଆତି ଧରାପଡିବା ପରେ ତାଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଖୁଂଟା ଡିଗ୍ରୀ କଲେଜରେ ୨୦୦୭ ମସିହାରୁ କାର୍ୟ୍ୟ କରିଥିବା ଇଂରାଜୀ ଅଧ୍ୟାପିକା ଅଭିପସା ପଟ୍ଟନାୟକ ଜାଲ ସାର୍ଟିଫିକେଟରେ ଚାକିରି କରିଥିଲେ । ଉଚ୍ଚଶିକ୍ଷା ବିଭାଗ ତଦନ୍ତରେ ଜାଲିଆତି ଜଣାପଡିବା ପରେ ତାଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ପାଇଁ କଲେଜ ପରିଚାଳନା କମିଟିର ସଭାପତି ତଥା କପ୍ତିପଦା ଉପଜିଲ୍ଲାପାଳଙ୍କୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଥିଲେ ।

ଅଧ୍ୟାପିକା ଅଭିପସା ପଟ୍ଟନାୟକଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ କଲେଜ ପ୍ରିନ୍ସିପାଲଙ୍କୁ ଉପଜିଲ୍ଲାପାଳ ଲିଖିତ ନିର୍ଦ୍ଦେଶ ଦେଇଥିଲେ । ପ୍ରିନ୍ସିପାଲ ଅଧ୍ୟାପିକାଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି । ଜାଲ ସାର୍ଟିଫିକେଟରେ ଚାକିରି କରିବା ସହିତ କଲେଜରୁ ଦରମା ଆକାରରେ ଲକ୍ଷାଧିକ ଟଙ୍କା ମଧ୍ୟ ଲୁଟି ନେଇଛନ୍ତି ଏହି ଚାରିଶବିଶ୍ ଅଧ୍ୟାପିକା । ଏବେ ପୋଲିସ୍ ଅଧ୍ୟାପିକାଙ୍କୁ ଖୋଜୁଛି । ଜାଲିଆତି ଧରାପଡିବା ପରେ ଅଧ୍ୟାପିକା ଅଭିପସା ପଟ୍ଟନାୟକଙ୍କ ନିଜ ଆଡୁ ଇସ୍ତଫା ଦେଇ ଚମ୍ପଟ ମାରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ