Masthead

ଗିରଫ ହେବେ ଚାରିଶବିଶ୍ ଅଧ୍ୟାପିକା

ଉଦଳା(ବଡ଼ ଖବର ବ୍ୟୁରୋ): ଗିରଫ ହେବେ ଚାରିଶବିଶ୍ ଅଧ୍ୟାପିକା । ଉଚ୍ଚଶିକ୍ଷା ବିଭାଗ ଆଖିରେ ଆଙ୍ଗୁଳି ଗେଞ୍ଜି ଦୀର୍ଘ ୧୩ ବର୍ଷ ହେବ ଜାଲ ସାର୍ଟିଫିକେଟରେ ଚାକିରି କରିଥିବା ଚାରିଶବିଶ୍ ଅଧ୍ୟାପିକାଙ୍କ ପାଇଁ ବଢିଛି ଅଡୁଆ । ଏବେ ଗିରଫ ହେବେ ଅଧ୍ୟାପିକା ଅଭିପସା ପଟ୍ଟନାୟକ । ସମସ୍ତଙ୍କୁ ଚୂନ ଲଗାଇ ଜାଲ ସାର୍ଟିଫିକେଟରେ ଦୀର୍ଘ ୧୩ ବର୍ଷ ହେବ ଚାକିରି କରିଥିଲେ । ହେଲେ ଉଚ୍ଚଶିକ୍ଷା ବିଭାଗର ଭେରିଫିକେସନରେ ମ୍ୟାଡାମଙ୍କ ଜାଲିଆତି ଧରାପଡିବା ପରେ ତାଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଖୁଂଟା ଡିଗ୍ରୀ କଲେଜରେ ୨୦୦୭ ମସିହାରୁ କାର୍ୟ୍ୟ କରିଥିବା ଇଂରାଜୀ ଅଧ୍ୟାପିକା ଅଭିପସା ପଟ୍ଟନାୟକ ଜାଲ ସାର୍ଟିଫିକେଟରେ ଚାକିରି କରିଥିଲେ । ଉଚ୍ଚଶିକ୍ଷା ବିଭାଗ ତଦନ୍ତରେ ଜାଲିଆତି ଜଣାପଡିବା ପରେ ତାଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ପାଇଁ କଲେଜ ପରିଚାଳନା କମିଟିର ସଭାପତି ତଥା କପ୍ତିପଦା ଉପଜିଲ୍ଲାପାଳଙ୍କୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଥିଲେ ।

ଅଧ୍ୟାପିକା ଅଭିପସା ପଟ୍ଟନାୟକଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ କଲେଜ ପ୍ରିନ୍ସିପାଲଙ୍କୁ ଉପଜିଲ୍ଲାପାଳ ଲିଖିତ ନିର୍ଦ୍ଦେଶ ଦେଇଥିଲେ । ପ୍ରିନ୍ସିପାଲ ଅଧ୍ୟାପିକାଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି । ଜାଲ ସାର୍ଟିଫିକେଟରେ ଚାକିରି କରିବା ସହିତ କଲେଜରୁ ଦରମା ଆକାରରେ ଲକ୍ଷାଧିକ ଟଙ୍କା ମଧ୍ୟ ଲୁଟି ନେଇଛନ୍ତି ଏହି ଚାରିଶବିଶ୍ ଅଧ୍ୟାପିକା । ଏବେ ପୋଲିସ୍ ଅଧ୍ୟାପିକାଙ୍କୁ ଖୋଜୁଛି । ଜାଲିଆତି ଧରାପଡିବା ପରେ ଅଧ୍ୟାପିକା ଅଭିପସା ପଟ୍ଟନାୟକଙ୍କ ନିଜ ଆଡୁ ଇସ୍ତଫା ଦେଇ ଚମ୍ପଟ ମାରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା