Masthead

କଂଗ୍ରେସ ହାତକୁ ଫେରିଗଲା ପୁଣି ରାୟଗଡ଼ା

ରାୟଗଡ଼ା (ବଡ଼ ଖବର ବ୍ୟୁରୋ): ରାୟଗଡ଼ାରେ ବିଜେଡିକୁ ନା । ତିନୋଟି ଯାକ ଆସନରେ ବିଜୁ ଜନତା ଦଳକୁ ଲୋକଙ୍କ ପ୍ରତ୍ୟାଖ୍ୟାନ। ହାରିଲେ ରାଜ୍ୟର ୧ ନମ୍ବର ମନ୍ତ୍ରୀ ଜଗନ୍ନାଥ ସାରକା । ବିଧାୟକ ରଘୁନାଥ ଗମାଙ୍ଗଙ୍କୁ ଗ୍ରହଣ କଲେନାହିଁ ଜନତା । ଅନୁସୟା ମାଝୀ ନାମରେ ମହିଳା କାର୍ଡ ମଧ୍ୟ ଗ୍ରହଣ କଲେନାହିଁ ଲୋକେ । ସାଂସଦ ପ୍ରାର୍ଥୀ କୌଶଲ୍ୟା ହିକକାଙ୍କୁ ପରାଜୟର ବାଟ ଦେଖାଦେଲେ ଭୋଟର। ପ୍ରଭାରୀ ଅତନୁ ସବ୍ୟସାଚୀଙ୍କ ନିର୍ବାଚନ ପରିଚାଳନା ଯଥେଷ୍ଟ ହେଲାନାହିଁ।

ଅତନୁ ହାରିଲେ ଆଉ ନିଜ ଗୁରୁ ଦାୟିତ୍ବ ତୁଲାଇ ନପାରିବାରୁ ବିଜେଡି ହାତରୁ ରାୟଗଡ଼ ଚାଲିଗଲା । ତେବେ କାହିଁକି ଗଡକୁ ସମ୍ଭାଳି ପାରିଲେନି ରାଜ୍ୟର ୧ନମ୍ବର ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା। ଭାସ୍କରଙ୍କ ୫୦ ବର୍ଷର ଅଭିଜ୍ଞତା ହାରିଗଲା । ଗୋଷ୍ଠୀ କନ୍ଦଳ ସୁଧାଂଶୁ ସୁଧାରୁ ଝୁଣ୍ଟିପଡିଲେ ସୁଧୀର। ଗୁଣପୁର ଓ କାଶୀପୁରୁ ଲୋକଙ୍କ ଚେତାବନୀ ପରେ ବି ସୁଧୁରିଲେନି ନେତା ଓ ପୂର୍ବତନ ମନ୍ତ୍ରୀ। ସଭାପତି ପଦ ପରିବର୍ତ୍ତନ ପରେବି ଆଣ୍ଠେଇ ପଡ଼ିଲା ବିଜେଡି। କେଉଁଠି ରହିଲା ତୃଟି। ବିଜେଡି ଠାରୁ ଲୋକେ ମୁହଁ ଫେରାଇ ନେଲେ କାହିଁକି। ନିଅଣ୍ଟିଆ ବିକାଶକୁ ପ୍ରଚାର ଅଧିକା ହୋଇଗଲା କି? କଂଗ୍ରେସ ହାତକୁ ପୁଣି ଫେରିଗଲା ରାୟଗଡ଼ ଜିଲ୍ଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ