କଂଗ୍ରେସ ହାତକୁ ଫେରିଗଲା ପୁଣି ରାୟଗଡ଼ା

ରାୟଗଡ଼ା (ବଡ଼ ଖବର ବ୍ୟୁରୋ): ରାୟଗଡ଼ାରେ ବିଜେଡିକୁ ନା । ତିନୋଟି ଯାକ ଆସନରେ ବିଜୁ ଜନତା ଦଳକୁ ଲୋକଙ୍କ ପ୍ରତ୍ୟାଖ୍ୟାନ। ହାରିଲେ ରାଜ୍ୟର ୧ ନମ୍ବର ମନ୍ତ୍ରୀ ଜଗନ୍ନାଥ ସାରକା । ବିଧାୟକ ରଘୁନାଥ ଗମାଙ୍ଗଙ୍କୁ ଗ୍ରହଣ କଲେନାହିଁ ଜନତା । ଅନୁସୟା ମାଝୀ ନାମରେ ମହିଳା କାର୍ଡ ମଧ୍ୟ ଗ୍ରହଣ କଲେନାହିଁ ଲୋକେ । ସାଂସଦ ପ୍ରାର୍ଥୀ କୌଶଲ୍ୟା ହିକକାଙ୍କୁ ପରାଜୟର ବାଟ ଦେଖାଦେଲେ ଭୋଟର। ପ୍ରଭାରୀ ଅତନୁ ସବ୍ୟସାଚୀଙ୍କ ନିର୍ବାଚନ ପରିଚାଳନା ଯଥେଷ୍ଟ ହେଲାନାହିଁ।

ଅତନୁ ହାରିଲେ ଆଉ ନିଜ ଗୁରୁ ଦାୟିତ୍ବ ତୁଲାଇ ନପାରିବାରୁ ବିଜେଡି ହାତରୁ ରାୟଗଡ଼ ଚାଲିଗଲା । ତେବେ କାହିଁକି ଗଡକୁ ସମ୍ଭାଳି ପାରିଲେନି ରାଜ୍ୟର ୧ନମ୍ବର ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା। ଭାସ୍କରଙ୍କ ୫୦ ବର୍ଷର ଅଭିଜ୍ଞତା ହାରିଗଲା । ଗୋଷ୍ଠୀ କନ୍ଦଳ ସୁଧାଂଶୁ ସୁଧାରୁ ଝୁଣ୍ଟିପଡିଲେ ସୁଧୀର। ଗୁଣପୁର ଓ କାଶୀପୁରୁ ଲୋକଙ୍କ ଚେତାବନୀ ପରେ ବି ସୁଧୁରିଲେନି ନେତା ଓ ପୂର୍ବତନ ମନ୍ତ୍ରୀ। ସଭାପତି ପଦ ପରିବର୍ତ୍ତନ ପରେବି ଆଣ୍ଠେଇ ପଡ଼ିଲା ବିଜେଡି। କେଉଁଠି ରହିଲା ତୃଟି। ବିଜେଡି ଠାରୁ ଲୋକେ ମୁହଁ ଫେରାଇ ନେଲେ କାହିଁକି। ନିଅଣ୍ଟିଆ ବିକାଶକୁ ପ୍ରଚାର ଅଧିକା ହୋଇଗଲା କି? କଂଗ୍ରେସ ହାତକୁ ପୁଣି ଫେରିଗଲା ରାୟଗଡ଼ ଜିଲ୍ଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ