Masthead

ହକି ତାରକାଙ୍କୁ ୧ କୋଟି ପୁରସ୍କାର ଘୋଷଣା କଲେ ପଞ୍ଜାବ ସରକାର

(ବଡ଼ ଖବର ବ୍ୟୁରୋ): ଟୋକିଓ ଅଲିମ୍ପିକ୍ସରେ ଜର୍ମାନୀ ହକି ଦଳକୁ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଛନ୍ତି ଭାରତୀୟ ପୁରୁଷ ହକି ଦଳ । ୧୯୮୦ପର ଠାରୁ ଭାରତ ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ପଦକ ଜିତିଛି, ଯାହାକୁ ନେଇ ଗର୍ବିତ ଭାରତ । ବ୍ରୋଞ୍ଜ ପଦକ ମ୍ୟାଚରେ ଭାରତ ଜର୍ମାନୀକୁ ୫-୪ ରେ ପରାସ୍ତ କରିଛି। ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଦଳରେ ରାଜ୍ୟର ପ୍ରତ୍ୟେକ ଖେଳାଳିଙ୍କୁ ପଞ୍ଜାବ ସରକାର ଏକ କୋଟି ଟଙ୍କା ପୁରସ୍କାର ପ୍ରଦାନ କରିବେ ବୋଲି ପଞ୍ଜାବ କ୍ରୀଡା ମନ୍ତ୍ରୀ ରାଣା ଗୁରୁମିତ ସିଂ ସୋଡି ଏହି ଘୋଷଣା କରିଛନ୍ତି।

ଅଧିନାୟକ ମନପ୍ରୀତ ସିଂଙ୍କ ସମେତ ପଞ୍ଜାବର ଆଠ ଜଣ ଖେଳାଳି ଭାରତୀୟ ପୁରୁଷ ହକି ଦଳର ସଦସ୍ୟ ଅଛନ୍ତି। ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ସୋଡି ଟ୍ୱିଟ କରି କହିଛନ୍ତି, ଭାରତୀୟ ହକି ପାଇଁ ଐତିହାସିକ ଦିନରେ ମୋତେ ଏହା ଘୋଷଣା କରି ଖୁସି ହେଉଛି ଯେ ପଞ୍ଜାବର ପ୍ରତ୍ୟେକ ଖେଳାଳିଙ୍କୁ (ଦଳରେ) ଏକ କୋଟି ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯିବ। ଆମେ ଖେଳାଳିମାନଙ୍କ ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରିବୁ ଏବଂ ଅଲିମ୍ପିକ୍ସରେ ପଦକ ଜିତିବାର ଖୁସି ପାଳନ କରିବୁ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଟ୍ୱିଟ୍ କରି କହିଛନ୍ତି ଯେ ଦେଶ ପାଇଁ ଗର୍ବିତ ଏବଂ ଐତିହାସିକ ମୁହୂର୍ତ୍ତ। ଭାରତର ପୁରୁଷ ହକି ଦଳ ଏକ ରୋମାଞ୍ଚକର ମ୍ୟାଚରେ ଜର୍ମାନୀକୁ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଛି। ୪୧ ବର୍ଷ ପରେ ପୋଡିୟମରେ ସ୍ଥାନ ପାଇବା ଏକ ବଡ଼ ସଫଳତା ଏବଂ ହକିରେ ବ୍ରୋଞ୍ଜ ପଦକ ସ୍ୱର୍ଣ୍ଣ ପଦକ ପରି, ଅଭିନନ୍ଦନ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ