Masthead

ଏଫବିଆଇ ସହାୟତା ପାଇଁ ଏମଏଚଏକୁ ଚିଠି କରାଯାଇଛି : କ୍ରାଇମବ୍ରାଂଚ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ନବ ଦାସ ହତ୍ୟା ମାମଲାରେ ଏଫବିଆଇ ସହାୟତା ମାଗାଯିବା ଦ୍ୱନ୍ଦ୍ୱ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛି କ୍ରାଇମବ୍ରାଂଚ । କ୍ରାଇମବ୍ରାଚ କହିଛି ଯେ ଏଫବିଆଇ ସହାୟତା ପାଇଁ ଏମଏଚଏକୁ ଚିଠି କରାଯାଇଛି । ଏନେଇ କ୍ରାଇମବ୍ରାଚ ଜାରି କରିଛି ପ୍ରେସ ରିଲିଜ୍ ।  ମନ୍ତ୍ରୀ ନବ ଦାସ ହତ୍ୟା କାଣ୍ଡର ଚାର୍ଜସିଟ୍ ଓ ଆରଟିଆଇ ତଥ୍ୟ ଆସିବା ପରେ ଉଠିଥିଲା ଦୁଇଟି ବଡ ପ୍ରଶ୍ନ । ବିଧାନସଭାରେ ମନ୍ତ୍ରୀ କହିଥିଲେ ନବ ଦାସ ହତ୍ୟା କାଣ୍ଡରେ ଷଡଯନ୍ତ୍ର ଦିଗ ଉପରେ ତଦନ୍ତ ହେଉଛି କିନ୍ତୁ ଚାର୍ଜସିଟ୍ରେ ଷଡଜନ୍ତ୍ର ପାଇଁ କୌଣଷି ଦଫା ଲଗା ଯାଇନାହିଁ । ୧୨୦(ଖ) ଦଫାକୁ ହଟାଇ ଦିଆଯାଇଥିବା ଜଣାପଡିଛି । ଏହାକୁ ନେଇ ବଡ ପ୍ରଶ୍ନ ଉଠିଥିଲ. ବିଧାନସଭାରେ ମନ୍ତ୍ରୀଙ୍କ ବିବୃତି ଓ ଚାର୍ଜସିଟରେ କ୍ରାଇମବ୍ରାଞ୍ଚ ରିପୋର୍ଟ ଅଲଗା ଅଲଗା କିପରି ।  ଅନ୍ୟ ପକ୍ଷରେ ଆରଟିଆଇ ତଥ୍ୟରେ ରିପୋର୍ଟ ଆସିଥିଲା ଯେ ଏଫବିଆଇ ସହାୟତା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରାକରଙ୍କ ଲିଗାଲ ସେଲକୁ କୌଣଷି ଚିଠି ଲେଖି ନାହାନ୍ତି । ଯେବେ କି ସରକାରଙ୍କ ପକ୍ଷରୁ ବିଧାନସଭାରେ କୁହାଯାଇଥିଲା ମନ୍ତ୍ରୀ ନବ ଦାସ ଙ୍କ ହତ୍ୟାର ଅଧିକ ତଦନ୍ତ ପାଇଁ ଆମେରିକାର ତଦନ୍ତ କାରୀ ସଂସ୍ଥା ଏଫବିଆଇର ସହାୟତା ନିଆଯିବ ।

ଦୁଇଟି ବିଷୟରୁ ପ୍ରଥମ ବିଷୟର ଉତ୍ତର ଦେଇଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା । ସେ କହିଛନ୍ତି ନବଦାସ ହତ୍ୟା ଘଟଣାରେ ଆହୁରି ଅନେକ ର୍ଫମାଲିଟିସ୍ ବାକି ଅଛି, ତଦନ୍ତ ଆଗକୁ ବଢିଲା ପରେ ସମ୍ପୁର୍ଣ୍ଣ ରିପୋର୍ଟ ଆସିବ । ଏ କେବଳ ପ୍ରାଥମିକ ରିପୋର୍ଟ ।  ଅନ୍ୟ ପକ୍ଷରେ ଆରଟିଆଇ ରିପୋର୍ଟ ଅନୁଯାଇ ଏଫବିଆଇକୁ ନେଇ ଯୋଉ ପ୍ରଶ୍ନ ଉଠିଥିଲା ତାକୁ ନେଇ ଅପରାହ୍ନରେ କ୍ରାଇମବ୍ରାଞ୍ଚପକ୍ଷରୁ ସ୍ପଷ୍ଟିକରଣ କରାଯାଇଛି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ପ୍ରକାଶିତ ଖବର ସଠିକ ନୁହଁ । କେନ୍ଦ୍ର ଗୃହବିଭାଗକୁ ରାଜ୍ୟ ଗୃହବିଭାଗ ପକ୍ଷରୁ ଚିଠି ଲେଖାଯାଇଛି ଯାହାର ଚିଠି ସଂଖ୍ୟା ୧୮୭/ସି/୨୨.୦୨.୨୦୨୩ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ