Masthead

ମାର୍ଚ୍ଚରେ ରେକର୍ଡ ଭାଙ୍ଗିବ ଖରା, ଘରୁ ବାହାରିବା ହେବ ମୁସକିଲ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଗକୁ ତତଲା କଡ଼େଇରେ ଭାଜି ହେବ ଓଡ଼ିଶା । କଲବଲ କରିବ ଖରା । ଘରୁ ବାହାରିବ ହେବ ମୁସକିଲ । ମାର୍ଚ୍ଚ ମାସରେ ରେକର୍ଡ ଭାଙ୍ଗିବ ଖରା । ମାର୍ଚ୍ଚ ମାସରେ ଗରମ ଆହୁରି ବଢିବ ଓ ତାହା ପୂର୍ବ ରେକର୍ଡ ଭାଙ୍ଗିବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି । ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟର ଆକଳନ ଅନୁସାରେ ଆସନ୍ତା ମାର୍ଚ୍ଚ ମାସରେ ଦେଶର ଅଳ୍ପ କିଛି ଅଂଚଳକୁ ଛାଡ଼ିଦେଲେ ଅନ୍ୟ ଅଂଚଳରେ ଅପେକ୍ଷାକୃତ ଅଧିକ ଗରମ ଅନୁଭୂତ ହେବ।

ଏପ୍ରିଲ, ମେ ଓ ଜୁନ ମାସରେ ପ୍ରବଳ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ । ସ୍କାଏମେଟ ପକ୍ଷରୁ ମାର୍ଚ୍ଚମାସ ପାଇଁ ଦେଶର ଏକ ହିଟ୍ ମ୍ୟାପ୍ ଜାରି କରାଯାଇଛି । ଏଥିରୁ ଜଣାପଡ଼ୁଛି ଯେ ଉପକୂଳବର୍ତ୍ତୀ କେତେକ ଅଂଚଳକୁ ଛାଡ଼ିଦେଲେ ସାରା ରାଜ୍ୟରେ ହାରାହାରି ତାପମାତ୍ରା ୩୮ ଡିଗ୍ରୀରୁ ୪୦ ଡିଗ୍ରୀ କିମ୍ବା ଅଧିକ ରହିବାର ସମ୍ଭାବନା ରହିଛି । ସେହିପରି ଏପ୍ରିଲ ଓ ମେ ମାସରେ ରାଜ୍ୟର ହାରାହାରି ତାପମାତ୍ରା ୪୦ରୁ ୪୫ ଡିଗ୍ରୀ ମଧ୍ୟରେ ରହିବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ