Masthead

‘ପୋଲିସ ଗାଁ ଗାଁ ବୁଲି ଲୋକଙ୍କୁ ଭୟଭୀତ କରୁଛି’

ବାଲିଗୁଡ଼ା (ବଡ଼ ଖବର ବ୍ୟୁରୋ): ଫିରିଙ୍ଗିଆ ଥାନା ପୋଡି ଘଟଣାରେ ଗ୍ରାଉଣ୍ଡ ଜିରୋରେ ପହଂଚିଛି ବିଜେପି ଟିମ୍ । ଫିରିଙ୍ଗିଆ ବ୍ଲକର ଗାଁ ଗାଁ ବୁଲି ଲୋକଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି । ଥାନାରେ ଥିବା ପୋଲିସ କର୍ମଚାରୀ ଏବଂ ଫିରିଙ୍ଗିଆ ଲୋକଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ବରିଷ୍ଠ ବିଜେପି ନେତା ବିରଞ୍ଚି ନାରାୟଣ ତ୍ରିପାଠୀ, ବିଧାୟକ ନାଉରି ନାୟକ, ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ଅଶୋକ ମିଶ୍ର, ବିଭୁତି ଜେନା, ଗୋକୁଳାନନ୍ଦ ମଲ୍ଲିକ,ଜଗନ୍ନାଥ ସାହୁ ଫିରିଙ୍ଗିଆ ଗସ୍ତ କରିଛନ୍ତି । ପୋଲିସର ତାଲିବାନ ଶାସନକୁ ବିଜେପି ଟିମ ଆଗରେ ବଖାଣିଛନ୍ତି ସାଧାରଣ ଲୋକେ। ପୋଲିସ ଗାଁ ଗାଁ ବୁଲି ଭୟଭୀତ କରୁଛି। ଯାହାକୁ ଦେଖିବ ପୋଲିସ ଉଠାଇ ନେଉଛି।

ଗାଁ ରେ ରହିବାକୁ ଡର ଲାଗୁଛି। ଚାରି ଚକିଆ ଗାଡି ଦେଖିଲେ ଜଙ୍ଗଲକୁ ଧାଇଁବାକୁ ପଡୁଛି । ଘଟଣାରେ ଯେଉଁମାନେ ସମ୍ପୃକ୍ତି ନାହାନ୍ତି,କିମ୍ବା ଘଟଣାଦିନ ଯେଉଁମାନେ ନଥିଲେ ସେମାନଙ୍କ ଉପରେ ପୋଲିସ ମାମଲା ରୁଜୁ କରୁଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ।ଥାନା ପୋଡି ଘଟଣା ପୂର୍ବରୁ ଗଞ୍ଜେଇ ଖୋଜିବାକୁ ଆସି ଗାଁର ସମସ୍ତ ଗାଁ ଲୋକଙ୍କ ଘରେ ପଶୁଛି ପୋଲିସ। ଗଞ୍ଜେଇ ନ ବାହାରିଲେ ମଧ୍ୟ ମିଥ୍ୟା ମାମଲା ରୁଜୁ ହେଉଥିଲା। ପୋଲିସ ବର୍ତ୍ତମାନ ଯେଉଁଭଳି ଭୟଭୀତ କରୁଛି ଯଦି ସେମିତି ଲାଗିରୁହେ। ତେବେ ପୁଣି ଗାଁ ଗାଁରେ ଅସନ୍ତୋଷ ଦେଖାଦେଵ ବୋଲି କହିଛନ୍ତି ଗ୍ରାମବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା