Masthead

ନୂତନ କୃଷି ଆଇନ ପ୍ରତ୍ୟାହାର ପ୍ରଶ୍ନ ଉଠୁନି: କୃଷି ମନ୍ତ୍ରୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କେନ୍ଦ୍ରର ନୂତନ କୃଷି ଆଇନ ବିରୋଧରେ ଜାରି ରହିଛି ବିରୋଧ । ଦୀର୍ଘ ସମୟ ପରେ ନୂତନ କୃଷି ଆଇନ ସମ୍ପର୍କରେ ସରକାରଙ୍କ ତରଫରୁ ଆସିଛି ଏକ ବିବୃତ୍ତି । କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଶୁକ୍ରବାର କୃଷି ଆଇନ ପ୍ରତ୍ୟାହାରକୁ ଖାରଜ କରି କହିଛନ୍ତି ଯେ, ଆନ୍ଦୋଳନକାରୀ ଚାଷୀଙ୍କ ସହ ସରକାର ପୁଣିଥରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି। ଶୁକ୍ରବାର ଟ୍ୱିଇଟ୍ କରି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ, କୃଷି ଆଇନ ପ୍ରତ୍ୟାହାର ବ୍ୟତୀତ ମଧ୍ୟରାତ୍ରିରେ କୃଷକମାନଙ୍କ ସହ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ଯଦି କୌଣସି କୃଷକ ସଂଗଠନ ଆଇନର ବ୍ୟବସ୍ଥା ଉପରେ ଆଲୋଚନା କରିବାକୁ ଚାହାନ୍ତି, ତେବେ ଆମେ ସେମାନଙ୍କୁ ସ୍ୱାଗତ କରିବୁ।

ଦେଶର ୩ ଟି ନୂତନ କୃଷି ଆଇନକୁ ନେଇ ଦିଲ୍ଲୀ ସୀମାରେ କୃଷକମାନେ ୬ ମାସରୁ ଅଧିକ ସମୟ ଧରି ଆନ୍ଦୋଳ ଚଳାଇଛନ୍ତି। ନୂତନ କୃଷି ନିୟମକୁ ନେଇ ସରକାର ଏବଂ କୃଷକଙ୍କ ମଧ୍ୟରେ ୧୧ ରାଉଣ୍ଡ ଆଲୋଚନା ବିଫଳ ହୋଇଛି। ନୂତନ କୃଷି ଆଇନ ସମ୍ପର୍କରେ ଉଭୟ ପକ୍ଷର ଶେଷ ଆଲୋଚନା ୨୨ ଜାନୁଆରୀରେ ହୋଇଥିଲା । ୨୬ ଜାନୁଆରୀରେ ଦିଲ୍ଲୀର ଲାଲକିଲ୍ଲାରେ ହିଂସା ହୋଇଥିଲା। ପୂର୍ବରୁ କୃଷି ମନ୍ତ୍ରୀ ତୋମାର, ଖାଦ୍ୟ ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ସମେତ ତିନି କେନ୍ଦ୍ର ମନ୍ତ୍ରୀ ଚାଷୀଙ୍କ ସହ ୧୧ ରାଉଣ୍ଡ ଆଲୋଚନା କରିଥିଲେ। ଦଶମ ରାଉଣ୍ଡ ଆଲୋଚନା ସମୟରେ କୃଷକ ସଂଗଠନକୁ ଏକରୁ ଦେଢ ବର୍ଷ ପର୍ଯ୍ୟନ୍ତ ତିନୋଟି କୃଷି ଆଇନ କାର୍ୟ୍ୟକାରୀ ନକରିବାକୁ ମଧ୍ୟ ସରକାର ପ୍ରସ୍ତାବ ଦେଇଥିଲେ। କିନ୍ତୁ ଆଇନ ପ୍ରତ୍ୟାହାର ଦାବିରେ କୃଷକମାନେ ଜିଦ୍ ଧରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ