Masthead

ପୁଣି ଦେଖିବାକୁ ମିଳିଲା ପବନଦୀପ ଓ ଅରୁଣିତାଙ୍କର ଯୁଗଳବନ୍ଦୀ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଅନେକ ଦିନ ହେବ ଟେଲିଭିଜନ ଜଗତର ପପୁଲାର ସୋ’ ଇଣ୍ଡିଆନ ଆଇଡଲ ବେଶ୍ ଚର୍ଚ୍ଚାରେ ରହିଥିଲା । ସୋ’ର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏହାର ପ୍ରତିଯୋଗୀ ହୁଅନ୍ତୁ କି ଜର୍ଜ ସମସ୍ତଙ୍କୁ ନେଇ ବେଶ୍ ଆଲୋଚନା ହେଉଥିଲା । ଖାସ କରି ସୋ’ର ବିଜେତା ପବନଦୀପ ରାଜନ ଏବଂ ଅରୁଣିତା କାଞ୍ଜିଲାଲଙ୍କ ଯୋଡି କାଫି ଟ୍ରେଣ୍ଡ କରୁଥିଲା ସୋସିଆଲ ମିଡିଆରେ । ଦୁହିଁଙ୍କ ମିଠା ସ୍ୱରକୁ ବେଶ୍ ଭଲ ପାଉଥିଲେ ଦର୍ଶକ । ସେଥିପାଇଁ ସୋ’ ସରିବା ପରେ ମଧ୍ୟ ଦୁହେଁ ପୁଣି ଫେରିଛନ୍ତି ଦର୍ଶକଙ୍କ ନିକଟକୁ । ପୁଣି ଥରେ ଦର୍ଶକଙ୍କୁ ମତୁଆଲା କରିଛନ୍ତି ନିଜ ମିଠା ସ୍ୱରରେ ।

ନିକଟରେ ରିଲିଜ ହୋଇଛି ପବନଦୀପ ଓ ଅରୁଣିତାଙ୍କର ନିୟ୍ୟୁ ସଙ୍ଗ୍ ‘ଓ ସୟୋନି’ । ହିମେଶ କେ ଦିଲ ସେ ଆଲବମର ଏହି ସଙ୍ଗଟି ହିମେଶ ରେଶମିଆଁଙ୍କ ଦ୍ୱାରା ଲିଖିତ ଓ ରଚନା କରାଯାଇଛି । ଏଥି ସହିତ ଗୀତଟି ରିଲିଜ ହେବା ମାତ୍ରେ ଏହା ଏକ ଭଲ ପ୍ରତିକ୍ରିୟା ପାଇବାରେ ଲାଗିଛି । ଗୀତରେ ପବନଦୀପ ଓ ଅରୁଣିତାଙ୍କର ଯୁଗଳବନ୍ଦୀ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି । ଏହି ରୋମାଣ୍ଟିକ୍ ଗୀତକୁ ଦର୍ଶକ ଉପଭୋଗ କରିବା ସହ ଏହା ସୁପରହିଟ ବୋଲି କହିଛନ୍ତି ଅନେକ ସଙ୍ଗୀତପ୍ରେମୀ । କହିବାକୁଗଲେ ଗୀତଟି ରିଲିଜ ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ୧୦ଲକ୍ଷରୁ ଅଧିକ ଭ୍ୟୁଜ୍ ହାସଲ କରିଛି । ଖାସକରି ଗୀତରେ ଉଭୟଙ୍କ କେମେଷ୍ଟ୍ରି ଲୋକମାନଙ୍କର ହୃଦୟ ଜିଣିଛି ।

ପୂର୍ବରୁ ମଧ୍ୟ ହିମେଶଙ୍କର ଏହି ଆଲବମ୍ ପାଇଁ ଗୀତ ଗାଇ ସାରିଛନ୍ତି ପବନଦୀପ । ତେରି ଉମିଦ୍, ତେରେ ବଗେର୍ ଭଳି କିଛି ରୋମାଣ୍ଟିକ୍ ଗୀତରେ ପବନଦୀପଙ୍କର ମିଠା ସ୍ୱର ପୂର୍ବରୁ ମଧ୍ୟ ଶୁଣିବାକୁ ମିଳିଛି । ବର୍ତ୍ତମାନ ତାଙ୍କ ନିୟ୍ୟୁ ସଙ୍ଗ ମଧ୍ୟ ଟ୍ରେଣ୍ଡ୍ କରୁଛି ସୋସିଆଲ ମିଡିଆରେ । ତେବେ ଇଣ୍ଡିଆନ ଆଇଡଲ ସିଜିନ-୧୨ରେ କାଫି ପପୁଲାର ହୋଇଥିଲେ ପବନଦିପ ଓ ଅରୁଣିତା । ଦୁହିଁଙ୍କ ଗୀତ ସୋ’ର ଜର୍ଜ ମାନଙ୍କ ଠାରୁ ଆରମ୍ଭ କରି ସୋ’କୁ ଆସୁଥିବା ସବୁ ଗେଷ୍ଟ ମାନେ ବେଶ୍ ଭଲ ପାଉଥିଲେ । ଇଣ୍ଡିଆନ ଆଇଡଲର ଟ୍ରଫି ଜିତିସାରିବା ପରେ ଦୁହିଁଙ୍କର ଅନେକ ଫ୍ୟାନ ଫଲୋଇଙ୍ଗ ବଢି ଯାଇଥିଲେ । ଆଗକୁ ମଧ୍ୟ ଏହି ଯୋଡି ବଲିଉଡ ଇଣ୍ଡଷ୍ଟ୍ରିରେ ଧମାଲ କରିବେ ବୋଲି ଆଶା ରଖିଛନ୍ତି ତାଙ୍କ ଫ୍ୟାନ୍ସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି