Masthead

ମାଆ ଆସନରେ ବସି ପୁଅ କରୁଛି ଶାସନ, ଅଭିଯୋଗକୁ ଖଣ୍ଡନ କଲେ ପୁଅ

କାମାକ୍ଷାନଗର(ବଡ଼ ଖବର ବ୍ୟୁରୋ): ମାଆ ସରପଞ୍ଚ । ପୁଅ ସମ୍ଭାଳୁଛି ଗାଦି । ମାଆ ଆସନରେ ବସି ପୁଅ କରୁଛି ଶାସନ । ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ବାଙ୍ଗୁରସିଂହ ପଞ୍ଚାୟତର ସରପଞ୍ଚ ଚନ୍ଦ୍ରମା ଦଳେଇ । କିନ୍ତୁ ପଞ୍ଚାୟତ କାର୍ଯ୍ୟାଳୟର ସୂଚନା ବୋର୍ଡରେ ଚନ୍ଦ୍ରମାଙ୍କ ପୁତ୍ରଙ୍କ ନାମ ଲେଖା ହୋଇଛି । ସରପଞ୍ଚଙ୍କ ପାଇଁ ଉଦ୍ଧିଷ୍ଟ ଆସନରେ ପୁଅ ବସି ପଞ୍ଚାୟତର ବିଭିନ୍ନ କାର୍ଯ୍ୟ କରୁଛନ୍ତି । ସେଠାରେ ଉପସ୍ଥିତ ଥିଲେ ପଞ୍ଚାୟତର କିଛି ମହିଳା, ପୁରୁଷ ଓ ସମିତି ସଭ୍ୟ ।

ସରପଞ୍ଚ ଚନ୍ଦ୍ରମାଙ୍କ ପୁଅ ତଥା ବାଙ୍ଗୁରସିଂଙ୍ଗ ପଞ୍ଚାୟତର ପୃର୍ବତନ ସରପଞ୍ଚ ମଧ୍ୟ ଉପସ୍ଥିତ ଥିଲେ । ପୁରୁଣା ଫଟୋ ଓ ଭିଡ଼ିଓ ରଖି କିଛି ଖଳ ପକୃତିର ଲୋକ ଭାଇରାଲ କରିଥିବା କଥା କହିଥିଲେ ପୂର୍ବତନ ସରପଞ୍ଚ । ପୁଅକୁ ବଞ୍ଚାଇବାକୁ ଯାଇ ମଆ ତଥା ସରପଞ୍ଚ ଚନ୍ଦ୍ରମା କହିଛନ୍ତି ସେଇଟା ପୁରୁଣା ଭିଡ଼ିଓ । ରାଜନୀତିରେ ମହିଳାଙ୍କ ପ୍ରବେଶ ସ୍ୱାଗତଯୋଗ୍ୟ । ମାତ୍ର ତାଙ୍କ ସ୍ଥାନରେ ତାଙ୍କ ପୁଅ, ସ୍ୱାମୀ ଓ ଭାଇ ହୁକୁମାତି ଚଳାଇବା ଗ୍ରହଣୀୟ ନୁହେଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା