Masthead

କୀର୍ତ୍ତନଙ୍କୁ ମେଘଦୂତ ସମ୍ମାନ

ବେଗୁନିଆପଡ଼ା(ବଡ଼ ଖବର ବ୍ୟୁରୋ): ଉତ୍କୃଷ୍ଟ ସେବା ପାଇଁ କୀର୍ତ୍ତନ ନାୟକଙ୍କୁ ଭାରତୀୟ ଡାକ ବିଭାଗ ତରଫରୁ ବିଭାଗୀୟ ସର୍ବୋଚ୍ଚ ସମ୍ମାନ ‘ମେଘଦୂତ ସମ୍ମାନ’ ପ୍ରଦାନ କରାଯାଇଛି । ଏହି ସମ୍ମାନ ପାଇବାରେ ସେ ଗ୍ରାମୀଣ ଡାକ ସେବକ ବର୍ଗରେ ଓଡିଶାରୁ ପ୍ରଥମ ବୋଲି ଜଣାପଡିଛି । ଡାକ ବିଭାଗର ଏହି ସର୍ବୋଚ୍ଚ ସମ୍ମାନକୁ ଏକ ଭରଚ୍ୟୁଆଲ ସଭା ମାଧ୍ୟମରେ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ ପ୍ରଦାନ କରିଛନ୍ତି । ଜାତୀୟସ୍ତରରେ ମେଘଦୂତ ସମ୍ମାନ ପରି ମଣ୍ଡଳର ମୁଖ୍ୟ ପୋଷ୍ଟମାଷ୍ଟର ଜେନେରାଲ କର୍ନେଲ ଜଳେଶ୍ୱର କହଁରଙ୍କ ଦ୍ୱାରା ସମ୍ମାନୀତ କରାଯାଇଛି ।

ସେ ବ୍ରହ୍ମପୁର ମଣ୍ଡଳର କୋଦଳା ଉପଡାକଘରର ମର୍ଦ୍ଧକୋଟ ଶାଖା ଘରେ ଗ୍ରାମୀଣ ଡାକ ସେବକ ଭାବେ କାର୍ଯ୍ୟରତ । ସେ ଦୀର୍ଘ ୨୫ ବର୍ଷ ହେଲା ଡାକ ବିଭାଗରେ କାର୍ଯ୍ୟ କରିଆସୁଛନ୍ତି । କରୋନା ସମୟରେ ଡାକସେବା ପ୍ରଦାନ କରି ୪ହଜାର ୧୧୨ ଜଣଙ୍କୁ ଦ୍ୱାରଦେଶରେ ଟଙ୍କା ଉଠାଣର ସୁବିଧା ପ୍ରଦାନ କରି ଏହି ସର୍ବୋଚ୍ଚ ସମ୍ମାନର ଅଧିକାରୀ ହୋଇପାରିଛନ୍ତି । ଏଥିପାଇଁ ସେ ବହୁତ ଖୁସି ଅନୁଭବ କରିବା ସହ ଆଗକୁ ମଧ୍ୟ ଲୋକଙ୍କ ପାଇଁ କାର୍ଯ୍ୟ ଜାରି ରଖିବେ ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼