Masthead

ଦ ସ୍ପ୍ରିଂଙ୍ଗ ଗାର୍ଲ

ରଣପୁର (ବଡ଼ ଖବର ବ୍ୟୁରୋ): ସାଢେ ତିନିବର୍ଷର କୁନି ଝିଅ । ନିଖୁଣ ତଥା ନିର୍ଭୁଲ ଭାବେ ପ୍ରଦର୍ଶନ କରୁଛି ଯୋଗର ସମସ୍ତ କଷ୍ଟସାଧ୍ୟ ମୁଦ୍ରା । ଦେଖାଣାହାରୀଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ସେ ପାଲଟିଛି ବିସ୍ମୟ ବାଳିକା । ତା’ର ଏହି କୌଶଳ ପାଇଁ ସ୍ଥାନୀୟ ଲୋକେ ତାକୁ ସ୍ପ୍ରିଂଗ ଗାର୍ଲ ବୋଲି ମଧ୍ୟ କହୁଛନ୍ତି । ତେବେ ତା’ର ଏହି ବିଷ୍ମୟତା ପଛରେ ରହିଛି ଏକ ସ୍ୱତନ୍ତ୍ର କାହାଣୀ।

ବୃଶ୍ଚିକାସନ, ଭୂନମାନାସନ, ଚକ୍ରାସନ, ପାଦହସ୍ତାସନ, ପଶ୍ଚିମୋତାନାସନ, ଶୟନପାଦସଂଚାଳନ ଆଦି ଯୋଗର ଅନେକ କଷ୍ଟସାଧ୍ୟ ମୁଦ୍ରାକୁ ଅତି ଆଗ୍ରହ ଏବଂ ସହଜରେ କରି ପାରୁଛି ଏହି କୁନି ଝିଅଟି । ତା’ର ଆସନ ମୁଦ୍ରାଗୁଡିକ ଦେଖିଲେ ଜଣେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ଚକିତ ହୋଇଯିବ । ଯେକେହି ଭାବିବ ୟା ଦେହରେ କଣ ସ୍ପ୍ରିଂଙ୍ଗ ଲାଗିଛି କି ..! ଯେଉଁ ସବୁ ଆସନ କରିବା ପାଇଁ ବଡ଼ ବଡ଼ ଯୋଗ ଗୁରୁଙ୍କୁ ଦୀର୍ଘ ଦିନ ଅଭ୍ୟାସ କରିବାକୁ ପଡ଼େ ସେସବୁକୁ କୁନି ଝିଅ ପ୍ରିୟା ଅତି ସହଜରେ କରି ପାରୁଛି ।ନାୟଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ମଥୁରାପୁର ସାହିର ସାଢ଼େ ତିନି ବର୍ଷର ଝିଅ ପ୍ରିୟା ପ୍ରିୟଦର୍ଶିନୀ ନାୟକ ।ଜନ୍ମ ୨୦୧୭ ମସିହା ଅକ୍ଟୋବର ୧ । ବାପା ବିଜୟ ନାୟକ ଏବଂ ମା ବିଷ୍ଣୁପ୍ରିୟାଙ୍କ ୨ ଝିଅଙ୍କ ମଧ୍ୟରୁ ସାନ ଝିଅ ହେଉଛି ପ୍ରିୟା ।ତେବେ ପ୍ରିୟାର ଏହି ବିସ୍ମୟତା ପଛରେ ରହିଛି ଏକ ବିଶେଷ କାହାଣୀ ।

ଅଭାବ ଅନଟନ ଭିତରେ ମା ବିଷ୍ଣୁପ୍ରିୟା ତନ୍ତରେ ଲୁଗା ବୁଣନ୍ତି ଏବଂ ବାପା ବିଜୟ ବାହାରେ କାମ କରନ୍ତି ।ସ୍ୱଳ୍ପ ଆୟ ଭିତରେ ପରିବାର ଚାଲେ । ପ୍ରିୟାଙ୍କ ବାପା ବିଜୟ ପିଲାବେଳୁ ଜିମ୍ନାଷ୍ଟିକ ହେବା ପାଇଁ ସ୍ୱପ୍ନ ରଖିଥିଲେ ।ଏଥିପାଇଁ ଚେଷ୍ଟା ବି କରିଥିଲେ ସେ ।ମାତ୍ର ଅଭାବ ଅନଟନ ଓ ପାରିବାରିକ ଜଞ୍ଜାଳରେ ପେଷି ହୋଇ ଶେଷରେ ତାଙ୍କ ସ୍ୱପ୍ନ ସ୍ୱପ୍ନ ରେ ରହି ଯାଇଥିଲା । ତେବେ ବିବାହ ପରେ ବଡ଼ ଝିଅ ଲକ୍ଷ୍ମୀପ୍ରୟା ମାଧ୍ୟମରେ ତାଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବାକୁ ଚେଷ୍ଟା କରି ଅସଫଳ ହେଲେ । ତେବେ ସାନଝିଅ ପ୍ରିୟା ଜନ୍ମ ହେବାର ୧୨ ଦିନରୁ ହିଁ ତା ଦେହରେ ନିଜେ ତେଲ ଘଷିବା ସହ ତାର ଅସ୍ଥି କୁ କୋମଳ କରି ପ୍ରସ୍ତୁତି ଆରମ୍ଭ କରିଥିଲେ ।

ଝିଅକୁ ୧ ବର୍ଷ ହେବା ମାତ୍ରେ ତାକୁ ଯୋଗ ଶିକ୍ଷା ଦେବା ଆରମ୍ଭ କରି ଦେଇଥିଲେ ବିଜୟ । ବର୍ତମାନ ପ୍ରିୟା ଯୋଗର ସମସ୍ତ କଷ୍ଟସାଧ୍ୟ ମୁଦ୍ରା ନିର୍ଭୁଲ ଭାବେ କରିପାରୁଛି । ତେବେ ଭବିଷ୍ୟତରେ ପ୍ରିୟା ଜିମ୍ନାଷ୍ଟିକ ତଥା ଯୋଗ ଗୁରୁ ହେବାକୁ ଲକ୍ଷ୍ୟ ରଖିଛନ୍ତି ବାପା ବିଜୟ ।ତେବେ ଏଥିପାଇଁ ଉନ୍ନତମାନର ତାଲିମର ଆବଶ୍ୟକତା ରହିଛି । ଅଭାବ ଅନଟନ ଭିତରେ ନିଜ ଅଧୁରା ସ୍ବପ୍ନକୁ ପୂରଣ ପାଇଁ ସରକାରୀ ପ୍ରୋତ୍ସାହନକୁ ଚାହିଁ ବସିଛନ୍ତି ବିଜୟ । କୁନି ଝିଅ ପ୍ରିୟା ସୁନଖଳା ଅଞ୍ଚଳର ଏବେ ବହୁଚର୍ଚିତ ଚେହେରା । ଆଗକୁ ବଢିବା ପାଇଁ ଆବଶ୍ୟକ ସରକାରୀ ସହାୟତା ଯୋଗାଇଦେଲେ ସେ ନିଶ୍ଚୟ ଭବିଷ୍ୟତରେ ରାଜ୍ୟ ତଥା ଦେଶର ନାଁ ରଖିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ