Masthead

‘ୟାଶ’ ପାଇଁ ରାଜ୍ୟ କଂଗ୍ରେସ ଗଠନ କଲା ୧୧ଜଣିଆ ଟାସ୍କଫୋର୍ସ କମିଟି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ‘ୟାଶ’ ପରୀପ୍ରେକ୍ଷୀରେ ୧୦ଟି ଜିଲ୍ଲାର ଜନସାଧାରଣଙ୍କୁ ଆବଶ୍ୟକୀୟ ସୂଚନା, ବିଭିନ୍ନ ସେବା ଓ ସହଯୋଗ ଯୋଗାଇବା ଲାଗି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ୧୧ ଜଣିଆ ଟାସ୍କଫୋର୍ସ କମିଟି ଗଠନ କରିଛନ୍ତି । ଏହି କମିଟିରେ ପିସିସି କାର୍ୟ୍ୟକାରୀ ସଭାପତି ପ୍ରଦୀପ ମାଝୀ ଅଧ୍ୟକ୍ଷ ରହିଛନ୍ତି । ଜାନକୀବଲ୍ଲଭ ପଟ୍ଟନାୟକ ଏହି କମିଟିର ଆବାହକ ରହିଛନ୍ତି । ଶୁଭେନ୍ଦୁ ମହାନ୍ତି, ରଜତ ଚୌଧୁରୀ, ବିଶ୍ୱଭୂଷଣ ଦାସ, ଶମ୍ଭୁନାଥ ପାଣିଗ୍ରାହୀ ପଦ୍ମାକର ଗୁରୁ,ବିଜୟାନନ୍ଦ ଚାଉଳିଆ, ନଳିନୀକାନ୍ତ ମହାନ୍ତି, ସତ୍ୟଶିବ ଦାସ, ଯୋଗେଶ ଅଗ୍ରୱାଲ ପ୍ରମୁଖ ସଦସ୍ୟ ରହିଛନ୍ତି ।

ସେହିପରି ବାତ୍ୟା ସମ୍ଭାବ୍ୟ ଜିଲ୍ଲା ଗୁଡ଼ିକରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ମାନଙ୍କୁ ୮ଜଣିଆ ଟିମ ଗଠନ କରିବାକୁ କୁହାଯାଇଛି । ଏହାସହ ସେମାନଙ୍କ ଯୋଗାଯୋଗ ନମ୍ବର ଏବଂ ୨୪ ଘଣ୍ଟିଆ ହେଲ୍ପଲାଇନ ନଂ ଜାରି କରି ଲୋକମାନଙ୍କୁ ଯଥାସମ୍ଭବ ସହଯୋଗ କରିବାକୁ ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ