‘ୟାଶ’ ପାଇଁ ରାଜ୍ୟ କଂଗ୍ରେସ ଗଠନ କଲା ୧୧ଜଣିଆ ଟାସ୍କଫୋର୍ସ କମିଟି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ‘ୟାଶ’ ପରୀପ୍ରେକ୍ଷୀରେ ୧୦ଟି ଜିଲ୍ଲାର ଜନସାଧାରଣଙ୍କୁ ଆବଶ୍ୟକୀୟ ସୂଚନା, ବିଭିନ୍ନ ସେବା ଓ ସହଯୋଗ ଯୋଗାଇବା ଲାଗି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ୧୧ ଜଣିଆ ଟାସ୍କଫୋର୍ସ କମିଟି ଗଠନ କରିଛନ୍ତି । ଏହି କମିଟିରେ ପିସିସି କାର୍ୟ୍ୟକାରୀ ସଭାପତି ପ୍ରଦୀପ ମାଝୀ ଅଧ୍ୟକ୍ଷ ରହିଛନ୍ତି । ଜାନକୀବଲ୍ଲଭ ପଟ୍ଟନାୟକ ଏହି କମିଟିର ଆବାହକ ରହିଛନ୍ତି । ଶୁଭେନ୍ଦୁ ମହାନ୍ତି, ରଜତ ଚୌଧୁରୀ, ବିଶ୍ୱଭୂଷଣ ଦାସ, ଶମ୍ଭୁନାଥ ପାଣିଗ୍ରାହୀ ପଦ୍ମାକର ଗୁରୁ,ବିଜୟାନନ୍ଦ ଚାଉଳିଆ, ନଳିନୀକାନ୍ତ ମହାନ୍ତି, ସତ୍ୟଶିବ ଦାସ, ଯୋଗେଶ ଅଗ୍ରୱାଲ ପ୍ରମୁଖ ସଦସ୍ୟ ରହିଛନ୍ତି ।

ସେହିପରି ବାତ୍ୟା ସମ୍ଭାବ୍ୟ ଜିଲ୍ଲା ଗୁଡ଼ିକରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ମାନଙ୍କୁ ୮ଜଣିଆ ଟିମ ଗଠନ କରିବାକୁ କୁହାଯାଇଛି । ଏହାସହ ସେମାନଙ୍କ ଯୋଗାଯୋଗ ନମ୍ବର ଏବଂ ୨୪ ଘଣ୍ଟିଆ ହେଲ୍ପଲାଇନ ନଂ ଜାରି କରି ଲୋକମାନଙ୍କୁ ଯଥାସମ୍ଭବ ସହଯୋଗ କରିବାକୁ ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ