Masthead

ତାଲିବାନି ଶାସନ କରୁଛି ମାନବବାଦ ସଂଗଠନ

ବେଗୁନିଆ (ବଡ଼ ଖବର ବ୍ୟୁରୋ): ତାଲିବାନି ଶାସନ କରୁଛି ମାନବବାଦ ସଂଗଠନ । ଚରମ ସୀମାରେ ପହଂଚିଛି ନୃଶଂସତା । ସଙ୍ଗଠନରେ ସାମିଲ ନହେବାରୁ ମାନବିକତାର ସବୁସୀମା ଟପିଗଲେ ମାନବବାଦ ସଂଗଠନର କର୍ମକର୍ତ୍ତା । ବାପ ପୁଅଙ୍କୁ ଗୋରୁ ଗାଈଙ୍କ ଭଳି ପିଟିଲେ । ଯାହାର ଭିଡ଼ିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରଲ ହେବାରେ ଲାଗିଛି ।

ଇଏ ସେଇ ମାନବବାଦ ସଂଗଠନ ଯିଏ ଗତ ୨ ତାରିଖ ରାତିରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅଭିମାନପୁର ଗ୍ରାମର ସତ୍ୟବ୍ରତ ନାୟକଙ୍କୁ ହତ୍ୟା କରି ପୋଡ଼ିଦେଇଥିଲେ । କିନ୍ତୁ ତା ପୂର୍ବରୁ କଡବ ଗ୍ରାମର ମାଗୁଣି ନାୟକ ଏବଂ ତାଙ୍କ ପୁଅଙ୍କୁ ଘରୁ ଡାକିନେଇ କରଡ଼ଗାଡ଼ିଆ କୋଠଘରେ ନିର୍ଧୁମ ମାଡ଼ ମାରିଥିବାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି । ସଙ୍ଗଠନ କର୍ମକର୍ତ୍ତାଙ୍କ ଭୟରେ ମାଗୁଣି ଏବଂ ତାଙ୍କ ପୁଅ ଥାନାରେ ଅଭିଯୋଗ କରିନାହାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି