Masthead

ଆସିଲା “ରାଧେ”ର ଟ୍ରେଲର

ମୁମ୍ବାଇ (ବଡ ଖବର ବ୍ୟୁରୋ): ଦୀର୍ଘଦିନର ଅପେକ୍ଷାର ଅନ୍ତ ଘଟିଛି । ସଲମାନଙ୍କ ଫ୍ୟାନ୍ସଙ୍କ ପାଇଁ ଆସିଛି ଖୁସି ଖବର । ରିଲିଜ ହେଲା ସଲମାନ ଖାନଙ୍କ ବିଗ ବଜେଟ ଫିଲ୍ମ “ରାଧେ”ର ଟ୍ରେଲର । ଇଦରେ ରିଲିଜ ହେବା ପରମ୍ପରା ବଜାୟ ରଖି ସଲମାନ ଖାନ ଫିଲ୍ମ ରିଲିଜର ଯୋଜନା ପ୍ରସ୍ତୁତ କରିଛନ୍ତି । ପ୍ରଭୁ ଦେବାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ବହୁପ୍ରତୀକ୍ଷିତ ଫିଲ୍ମ ମେ’ ୧୩ ତାରିଖରେ ସିନେମା ହଲ ମାନଙ୍କରେ ପେ-ପର୍-ଭ୍ୟୁ ଷ୍ଟ୍ରିମିଙ୍ଗ୍ ପ୍ଲାଟଫର୍ମରେ ରିଲିଜ କରାଯିବ। କରୋନା ପାଇଁ ବଲିଉଡର ଅନେକ ଫିଲ୍ମ ଗତ ବର୍ଷ ରିଲିଜ ହୋଇ ପାରିନଥିଲା । ତେବେ ସେ ସବୁ ଫିଲ୍ମକୁ ଚଳିତ ବର୍ଷ ରିଲିଜ କରାଯିବାର ଥିଲା କିନ୍ତୁ କରୋନାର ଦ୍ୱିତୀୟ ଲହର ପାଇଁ ଏବର୍ଷ ମଧ୍ୟ କିଛି ଫିଲ୍ମ ରିଲିଜ ହୋଇ ପାରିନାହି  ।

ତେବେ ନିକଟରେ ସଲମାନ ଖାନଙ୍କର ବିଗ ବଜେଟ ଫିଲ୍ମ “ରାଧେ”କୁ ନେଇ ଦ୍ୱନ୍ଦ ଉପୁଜିଥିଲା । ଯେ ଏବର୍ଷ ଫିଲ୍ମ “ରାଧେ” ରିଲିଜ ହୋଇ ପାରିବ କି ନାହିଁ । ସଲମାନ ଖାନ ମଧ୍ୟ ଏବିଷୟରେ ନିଜର ଏକ ଭିଡିଓ ମାଧ୍ୟମରେ ମତ ଦେଇଥିଲେ କି ଯଦି ଲୋକେ କରୋନାକୁ ନେଇ ସଚେତନ ରହିଲେ ତେବେ କରୋନାର ସ୍ଥ୍ିତି ନିୟନ୍ତ୍ରଣରେ ଆସିପାରିବ ଏବଂ “ରାଧେ” କୁ ପ୍ରେକ୍ଷାଳୟରେ ରିଲିଜ କରାଯିବ । ନିକଟରେ ସଲମାନ୍ ଖାନ୍ ନିଜ ଫିଲ୍ମ ‘ରାଧେ’ର ପ୍ରଥମ ପୋଷ୍ଟର୍ ରିଲିଜ୍ କରିଥିଲେ। ଫିଲ୍ମର ପୋଷ୍ଟର ରିଲିଜ୍ କରି ସଲମାନ ଖାନ ଫ୍ୟାନଙ୍କୁ କହିଥିଲେ, ‘ଇଦ୍ କା ୱାଦା ଥା, ଇଦ୍ ପର୍ ହିଁ ଆୟେଙ୍ଗେ’, କ୍ୟୁଁକି ଏକ୍ ବାର୍ ଜୋ ମେନେଟ୍ଟ।

ସଲମାନ ଖାନ ନିଜର ଚିରାଚରିତ ଢଙ୍ଗରେ ଫ୍ୟାନଙ୍କ ସହ ଫିଲ୍ମର ଏହି ପୋଷ୍ଟର୍ ରିଲିଜ କରିଥିଲେ। ଦେଶରେ କରୋନା ମାମଲା ଲଗାତର ବଢ଼ୁଥିବାରୁ ସୀମିତ ସିନେମା ହଲରେ ଫିଲ୍ମ ରିଲିଜ୍ ହେବ। ‘ରାଧେ: ୟୋର୍ ମୋଷ୍ଟ ୱାଣ୍ଟେଡ୍ ଭାଇ’ ଏବେ ସାରା ଦୁନିଆର ସିନେମା ହଲରେ ରିଲିଜ୍ ହେବ। ତେବେ ରିଲିଜ୍ ସମୟରେ ସରକାରଙ୍କ ଦ୍ୱାରା ଜାରି ହୋଇଥିବା କୋଭିଡ୍ ପ୍ରୋଟୋକଲର କଡ଼ାକଡ଼ି ପାଳନ କରାଯିବ।‘ରାଧେ: ୟୋର୍ ମୋଷ୍ଟ ୱାଣ୍ଟେଡ୍ ଭାଇ’ରେ ସଲମାନଙ୍କ ବ୍ୟତୀତ ଦିଶା ପାଟନୀ, ରଣଦୀପ ହୁଡ୍ଡା ଓ ଜ୍ୟାକି ଶ୍ରଫ ପ୍ରମୁଖ ଭୂମିକାରେ ଅଛନ୍ତି। ଫିଲ୍ମକୁ ସଲମାନ୍ ଖାନ୍ ଫିଲ୍ମସ୍ ଜୀ ଷ୍ଟୁଡିଓ ସହ ମିଶି ପ୍ରସ୍ତୁତ କରିଛି। ସଲମାନ ଖାନ, ସୋହେଲ ଖାନ ଓ ରିଲ ଲାଇଫ ପ୍ରଡକ୍ସନ ପ୍ରାଇଭେଟ ଲିମିଟେଡ ଦ୍ୱାରା ନିର୍ମିତ ଫିଲ୍ମ ମେ’ ୧୩ ତାରିଖରେ ରିଲିଜ୍ ହେବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ