Masthead

ଝଲସିଲା ଗୋପବନ୍ଧୁ ଜନ୍ମପୀଠ

୨୫ କୋଟି ଟଙ୍କା ବ୍ୟୟରେ କରାଗଲା ଐତିହାସିକ ଗାଁର ରୂପାନ୍ତରିକରଣ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଝଲସିଲା ଗୋପବନ୍ଧୁ ଜନ୍ମପୀଠ । ସ୍ମାରକୀ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ । ୨୫ କୋଟି ଟଙ୍କା ବ୍ୟୟରେ କରାଗଲା ଐତିହାସିକ ଗାଁର ରୂପାନ୍ତରିକରଣ । ପୁରୁଣା ସ୍ମୃତିକୁ ତାଜା କରିବ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ । ଶିବ ମନ୍ଦିରକୁ ଯାଇ ପୂଜା କରିବା ପରେ ଷଠିଘର ବୁଲିଥିଲେ ମୁଖ୍ୟମନ୍ତ୍ରୀ । ପରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିଥିଲେ । ଗାଁରେ ଗୋପବନ୍ଧୁଙ୍କ ସ୍ମୃତିକୁ ଜାତା କରିବା ପାଇଁ ସବୁ ସ୍ଥାନର ବିକାଶ କରାଯାଇଛି । ଉତ୍କଳମଣୀଙ୍କ ୧୫ ଫୁଟ ଉଚ୍ଚର ପ୍ରତିମୂର୍ତ୍ତି ସ୍ଥାପନ, ଷଠିଘର ନିର୍ମାଣ କରାଯାଇଛି ।

ଏଥିସହ ପୌତୃକ ବାସଗୃହ, ଗାଁ ରାସ୍ତା, ଜନ୍ମପୀଠ ପରିକ୍ରମା ରାସ୍ତା, ଗୋପବନ୍ଧୁଙ୍କ ସ୍ମୃତି ସଂଗ୍ରହାଳୟ, ସୂଚନା କେନ୍ଦ୍ର, ଆତିଥ୍ୟ କେନ୍ଦ୍ରର ବିକାଶ କରାଯାଇଛି । ଘରେ ଥିବା ଢିଙ୍କି, ଲଣ୍ଠନ, ଲିଟା, ଖଟ ଉକôଳମଣିଙ୍କ ସ୍ମୃତିକୁ ତାଜା କରୁଛି । ଘରେ ସବୁ ଜିନିଷକୁ ଅତି ସୁନ୍ଦରଭାବେ ସଜାଇ ରଖାଯାଇଛି । ମଞ୍ଚରେ ସୁଆଣ୍ଡୋବାସୀଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ମତେ ଆଜି ସୁଆଣ୍ଡି ଆସିବାର ସୁଯୋଗ ମିଳୁଥିବାରୁ ମୁଁ ନିଜକୁ ଧନ୍ୟମନେ କରୁଛି ।’ ମହାପୁରୁଷଙ୍କ ଜନ୍ମମାଟିର ବିକାଶ ଅତି ସୁନ୍ଦର ଭାବେ କରାଯାଇଥିବାରୁ ମୁଁ ବହୁତ ଖୁସି । ଗୋପବନ୍ଧୁଙ୍କ ବିରାଟ ଷ୍ଟାଚ୍ୟୁ, ମ୍ୟୁଜିୟମ୍ କରାଯାଇଛି । ଏଥିପାଇଁ ଉତ୍କଳମଣୀଙ୍କ ପରିବାର ଓ ସୁଆଣ୍ଡୋବାସୀ ପୁରା ସହଯୋଗ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ