Masthead

କଂଗ୍ରେସ ନେତା ପୱନ ଖେଡ଼ାଙ୍କୁ ଗିରଫ ପରେ ଜାମିନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କଂଗ୍ରେସ ନେତା ପଓ୍ୱନ ଖେଡାଙ୍କ ଗିରଫଦାରୀକୁ ନେଇ ନାଟକୀୟ ମୋଡ଼ । ପ୍ରଥମେ ଗିରଫ ପରେ ଜାମିନ । ସୁପ୍ରିମକୋର୍ଟରୁ ତାଙ୍କୁ ଅନ୍ତରୀଣ ସୁରକ୍ଷା ମିଳିଛି । ପ୍ରଥମେ ଖବର ଆସିଥିଲା, ଗିରଫ ହେଲେ କଂଗ୍ରେସ ନେତା ପୱନ ଖେଡ଼ା । ଆସାମ ପୋଲିସ ଦିଲ୍ଲୀ ବିମାନବନ୍ଦରରେ ପୱନ ଖେଡ଼ାଙ୍କୁ ଗିରଫ କରିଛି। ଗୁରୁବାର ପୱନ ଅନ୍ୟ ଦଳୀୟ ନେତାଙ୍କ ସହ ରାୟପୁରରେ ଆୟୋଜିତ ଅଧିବେଶନରେ ଯୋଗଦେବାକୁ ଯାଉଥିଲେ। ଦିଲ୍ଲୀ ବିମାନବନ୍ଦରରେ ତାଙ୍କୁ ଗିରଫ କରାଯାଇଛି। ତାଙ୍କୁ ଦିଲ୍ଲୀ କୋର୍ଟରେ ହାଜର କରାଯିବା ରିମାଣ୍ଡରେ ଆସାମକୁ ନିଆଯିବ ବୋଲି ସୂଚନା ମିଳିଛି। ନିୟମ ଅନୁଯାୟୀ ଆସାମ ପୋଲିସର ଆବେଦନ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଦିଲ୍ଲୀ ପୋଲିସ ଦାବି କରିଛି।

କୁହାଯାଉଛି ଯେ, ପୱନ ଦିଲ୍ଲୀରୁ ରାୟପୁର ବିମାନରେ ବସିଥିଲେ। ତାଙ୍କୁ ହଠତ୍‌ ଓହ୍ଲାଇବାକୁ କୁହାଯାଇଥିଲା ଏବଂ ପରେ ଗିରଫ କରାଯାଇଥିଲା। ଆସାମ ପୋଲିସର ଆଇଜିପି ପ୍ରଶାନ୍ତ କୁମାର ଭୁୟାଁ କହିଛନ୍ତି, ଆସାମର ଡିମା ହସାଓ ଜିଲାର ହାଫଲଙ୍ଗ ପୋଲିସ ଷ୍ଟେଶନରେ ପୱନଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଏହି ମାମଲାରେ ଆସାମ ପୋଲିସର ତାଙ୍କୁ ଗିରଫ କରିଛି। ସେପଟେ ଖେଡ଼ାଙ୍କ ଗିରଫଦାରୀକୁ କଂଗ୍ରେସ ବିରୋଧ କରିଛି। ପୱନ ଗିରଫ ହେବା ପରେ କଂଗ୍ରେସ ନେତାମାନେ ବିମାନବନ୍ଦରରେ ଧାରଣାରେ ବସିଥିଲେ । ଏହାପରେ ସୁପ୍ରିମକୋର୍ଟଙ୍କ ରାୟ ଆସିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ