ଫାଇନାନ୍ସ କମ୍ପାନୀର ଲୋନ ସ୍କାମ, ସାମ୍ବାଦିକଙ୍କୁ ଫସେଇବାକୁ ଚେଷ୍ଟା

କେନ୍ଦୁଝର (ବଡ଼ ଖବର ବ୍ୟୁରୋ): ପ୍ରାଇଭେଟ୍ ଫାଇନାନ୍ସ କମ୍ପାନୀର ଲୋନ୍ ସ୍କାମ୍ । ବଡ଼ ଖବରରେ ଖବର ପ୍ରସାରଣ ହେବାପରେ ସାମ୍ବାଦିକଙ୍କୁ ମିଛ କେସରେ ଫସେଇବାକୁ ଚେଷ୍ଟା । ପରେ ସାମ୍ବାଦିକଙ୍କ ନାଁରେ ମିଛ କେସ ରୁଜୁ କରି ମାମଲାକୁ ରଫାଦଫା କରିବାକୁ ଚେଷ୍ଟା । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ରେ କିଛି ଦିନହେବ ସାଟିନ ନାମକ ପ୍ରାଇଭେଟ୍ ଫାଇନାସ କମ୍ପାନୀ ଏକାଧିକ ଗରିବ ଆଦିବାସୀ ଲୋକଙ୍କ ପାଖରୁ ବିଭିନ୍ନ ଆଳରେ ଆଧାର କାର୍ଡ ନେଇ ସେମାନଙ୍କ ଅଗୋଚରରେ ତାଙ୍କ ନାମରେ ଲୋନ କରି ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ଥାନାରେ ହୋଇଛି।

ତେବେ ଘଟଣାର ପର୍ଦ୍ଦାଫାଶ ବଡ଼ ଖବର କରିବା ପରେ ଫାଇନାନ୍ସ କମ୍ପାନୀର କିଛି କର୍ମଚାରୀ ଯୋଜନା କରି ସ୍ଥାନୀୟ କିଛି ମହିଳାଙ୍କୁ ହାତବାରିସୀ କରି ବଡ଼ ଖବର ପ୍ରତିନିଧିଙ୍କୁ ଆକ୍ରମଣ କରିଥିଲେ । ଯାହାକୁ ନେଇ ନୟାକୋଟ ଥାନାରେ ଅଭିଯୋଗ ହୋଇଥିଲା । କିନ୍ତୁ ସ୍ଥାନୀୟ ପୋଲିସ ଗଣମାଧ୍ୟମ ପ୍ରତିନିଧି ଓ ଠକାମୀର ଶୀକାର ହେଉଥିବା ଗରିବ ଲୋକଙ୍କ ଅଭିଯୋଗକୁ ଅଣଦେଖା କରିବା ସହ ବଡ଼ ଖବରର ପ୍ରତିନିଧି ରିପୁନ ବାରିକଙ୍କ ନାଁରେ ମିଛ ମାମଲା ରୁଜୁ କରି ଘଟଣାକୁ ଚାପି ଦେବାକୁ ଚେଷ୍ଟା କରୁଛି ।

ଅନ୍ୟପକ୍ଷରେ ଏ ବାବଦରେ ଠକେଇ ହୋଇଥିବା ଲୋକେ ଓ ସ୍ଥାନୀୟ ସରପଞ୍ଚ ସମସ୍ତ ତଥ୍ୟ ସହିତ ଥାନାର ଦ୍ୱାରସ୍ଥ ପରେ ମଧ୍ୟ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ଚୁପ୍ ବସିବା ସାଧାରଣରେ ଅସୋନ୍ତାଷ ଦେଖା ଦେଇଛି। ସେପଟେ ଠକେଇ ହୋଇଥିବା ମହିଳାମାନଙ୍କ ଏଫଆଇଆରକୁ ପୋଲିସ୍ ଏ ପର୍ଯ୍ୟନ୍ତ ଗ୍ରହଣ କରିନାହିଁ । ତେବେ ସାମ୍ବାଦିକଙ୍କ ମିଛ ମାମଲାକୁ ପ୍ରତ୍ୟାହାର ନକଲେ ସମସ୍ତ ସାମ୍ବାଦିକ ସଂଘ ତଥା ସ୍ଥାନୀୟ ବାସିନ୍ଦା ଥାନା ଘେରାଉ କରିବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି। ପୋଲିସର ଏପରି କାର୍ଯ୍ୟକୁ ଦେଖି ଏ ପୋଲିସ ସାଧାରଣ ଲୋକଙ୍କ ପାଇଁ ନା ଫାଇନାଶ କମ୍ପାନୀ ପାଇଁ ବୋଲି ବୁଦ୍ଧିଜୀବୀ ମାନେ ପ୍ରଶ୍ନ କରିଛନ୍ତି। ଘଟଣାର ତଦନ୍ତ ନହେଲେ ଏସପି ଅଫିସ ସମ୍ମୁଖରେ ଧାରଣା ଦେବେବୋଲି ନିଷ୍ପତି ନେଇଛନ୍ତି ଠକେଇର ଶିକାର ହୋଇଥିବା ଲୋକେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ