Masthead

ବିସ୍ଫୋରଣ ପରେ ଆକ୍ସନ ମୋଡରେ ଆମେରିକା

(ବଡ଼ ଖବର ବ୍ୟୁରୋ): କାବୁଲ ବିସ୍ଫୋରଣ ପରେ ଆକ୍ସନ ମୋଡରେ ଆମେରିକା। କାବୁଲ ଆକ୍ରମଣରେ ନିୟୋଜିତ ଥିବା ଆତଙ୍କବାଦୀଙ୍କ ଆଡ୍ଡାକୁ ଖୋଜି ଖୋଜି ମାରିବାକୁ ଲକ୍ଷ୍ୟ ରଖିଛି ଆମେରିକା। କାବୁଲ ବିମାନବନ୍ଦରରୁ ଅଳ୍ପ ଦୂରରେ ଥିବା ଜନବସତି ଉପରେ ଆଜି ହୋଇଛି ରକେଟ ମାଡ଼। ପ୍ରଥମେ ଏହା ଆତଙ୍କବାଦୀଙ୍କ କାରନାମା ବୋଲି କୁହାଯାଉଥିଲା। ଏବେ କିନ୍ତୁ ଆମେରିକା ସେନା ସ୍ପଷ୍ଟ କରିଛନ୍ତି ଯେ ଆମେରିକା ହିଁ ରକେଟ ମାଡ଼ କରିଛି।

ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଗୁରୁତର ହୋଇଥିବା ସୂଚନା ରହିଛି। ଆମେରିକାର ସେନା ଅଧିକାରୀ କହିଛନ୍ତି ଯେ ବିମାନ ବନ୍ଦର ପାଖରେ ଥିବା ଏକ ଜନବସତି ଅଞ୍ଚଳରେ ଥିବା ଆତଙ୍କୀ ସଂଗଠନ ଇସଲାମିକ୍ ଷ୍ଟେଟର ଖୋରାସାନ୍ ମଡ୍ୟୁଲକୁ ଆମେରିକା ଟାର୍ଗେଟ କରିଛି। ଅନ୍ୟପଟେ ଆଫଗାନିସ୍ତାନକୁ କବଜା କରିଥିବା ତାଲିବାନ ମଧ୍ୟ କହିଛି ଯେ ଆମେରିକା ଜଣେ ବିଶ୍ୱସ୍ତ ଆକ୍ରମଣକାରୀଙ୍କୁ ଟାର୍ଗେଟ କରିଛି। ଅନ୍ୟପଟେ ନାମ ଗୋପନ ରଖିବା ସର୍ତ୍ତରେ ଖବର ସରବରାହ ସଂସ୍ଥା ରଏଟର୍ସକୁ ଜଣେ କହିଛନ୍ତି ଯେ ଉଭୟ ପାଶ୍ଚାତ୍ୟ ଦେଶ ତଥା ତାଲିବାନର ଶତ୍ରୁ ଥିବା ଇସଲାମିକ୍ ଷ୍ଟେଟ୍ ଖୋରାସାନ୍ ଗୋଷ୍ଠୀର ଜଣେ ଆତଙ୍କବାଦୀଙ୍କୁ ଟାର୍ଗେଟ କରିବା ପାଇଁ ଏହି ରକେଟ୍ ମାଡ଼ କରାଯାଇଥିଲା।

ଗୁରୁବାର ବିମାନବନ୍ଦର ନିକଟରେ ହୋଇଥିବା ଆକ୍ରମଣ ପାଇଁ ଏହି ଆତଙ୍କୀ ସଂଗଠନ ନିଜକୁ ଦାୟୀ କରିଥିଲା। ଏହି ଆକ୍ରମଣରେ ୧୩ ଜଣ ଆମେରିକା ସେନାଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ୍ ୧୫୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଏହାପରେ ଏୟାର ଷ୍ଟ୍ରାଇକ କରି ଡ୍ରୋନ ଜରିଆରେ ବୋମା ପକାଇଥିଲା ଆମେରିକା। ଏଥିରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଥିଲା। ଯିଏକି ଆମେରିକା ଟାର୍ଗେଟରେ ଥିଲା। ଶନିବାର ଆଫଗାନର ନଙ୍ଗହର ପ୍ରଦେଶରେ ଆମେରିକା ପକ୍ଷରୁ ଏହି ଡ୍ରୋନ ଷ୍ଟ୍ରାଇକ କରାଯାଇଥିଲା। ସଂପୂର୍ଣ୍ଣ ଯୋଜନାବଦ୍ଧ ଭାବେ ଆମେରିକା ଡ୍ରୋନ୍‌ ତା’ର ଟାର୍ଗେଟକୁ ହିଟ୍‌ କରିଛି। ଆଗକୁ ମଧ୍ୟ ଆତଙ୍କୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ସେଣ୍ଟ୍ରାଲ କମାଣ୍ଡ ଦମ୍ଭୋକ୍ତି କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି