Masthead

ଚମକୁଛି ଟେରାକୋଟା ରାକ୍ଷୀ

ପାରାଦୀପ (ବଡ଼ ଖବର ବ୍ୟୁରୋ): ଆଉ ଦିନ କେଇଟା ପରେ ରାକ୍ଷୀ ପୂର୍ଣ୍ଣିମା । ସମୟ ସହ ମଣିଷର ରୁଚି ବି ବଦଳୁଛି। ମନ ମୋହୁଛି ମାଟି ତିଆରି ରଂଗବେରଙ୍ଗର ଟେରାକୋଟା ରାକ୍ଷୀ। ସମୟ ସହିତ ତାଳଦେଇ ନିଜ ପେଶାରେ ପରିବର୍ତ୍ତନ କରି ଲାଭବାନ ହେଉଛନ୍ତି କୁମ୍ଭକାର ପରିବାର। ରାଜ୍ୟ ସରକାରଙ୍କ ପିଡିଡିଆରଡିଏ ଓ ଓରମାସ ବିଭାଗର ସହାୟତାରେ ଚଳିତ ବର୍ଷ ଟେରାକୋଟା ରାକ୍ଷୀ ତିଆରି କରି ଏବେ ଚର୍ଚ୍ଚାରେ କୁଜଙ୍ଗ ବ୍ଲକର କୂମ୍ଭକାର ପରିବାର । ସମୟ ସହିତ ବଦଳିଛି ମାଟି ହାଣ୍ଡି ପ୍ରଚଳନର ପ୍ରଥା । କେବଳ ପୂଜାର୍ଚ୍ଚନାରେ ବ୍ୟବହାର ହେଉଛି ମାଟିହାଣ୍ଡି ଓ ମାଟି ତିଆରି ଜିନିଷ । ତେଣୁ ସମୟ ସହିତ ତାଳ ଦେଇ କୁମ୍ଭକାର ପରିବାର ଆପଣାଇଛନ୍ତି ଟେରାକୋଟା କାର୍ଯ୍ୟ ।

ଚଳିତବର୍ଷ ଏହି କୁମ୍ଭକାର ପରିବାରମାନେ ଆରମ୍ଭ କରିଛନ୍ତି ଟେରାକୋଟା ରାକ୍ଷୀ ତିଆରି କାର୍ଯ୍ୟ । କୁଜଙ୍ଗ ବ୍ଲକର ନୂଣୁକୁଆ, ଭୁତୁମୁଣ୍ଡାଇ ଓ ଫତେପୁର ଅଞ୍ଚଳର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀମାନେ ଏହି କାର୍ଯ୍ୟ କରୁଛନ୍ତି। ମାଟିରେ ତିଆରି ଜଗନ୍ନାଥ, ଗଣେଶ ,ଶ୍ବସ୍ତିକ ,ଓଁ ପ୍ରଭୁତି ଭଳିକି ଭଳି ରାକ୍ଷୀ ତିଆରି କରି , ଏହାକୁ ରଙ୍ଗ ଦେଇ ପ୍ୟାକିଂ କରାଯାଉଛି। ଗତ ଦୁଇବର୍ଷ ହେଲା ହାତ ବାନ୍ଧି ବସିଥିବା ଏହି ପରିବାର , ଚଳିତ ବର୍ଷ ରାକ୍ଷୀ ବିକ୍ରି କରି ଭଲ ରୋଜଗାର କରିବାର ଆଶା ରଖିଛନ୍ତି।ଓଡ଼ିଆ ଘରର ଏକ ମହାନ ପରମ୍ପରା ରକ୍ଷାବନ୍ଧନ । ଭାଇ ଭଉଣୀର ସମ୍ପର୍କକୁ ନେଇ ପ୍ରତ୍ୟେକ ବର୍ଷ ପାଳିତ ହୋଇଥାଏ ରାକ୍ଷୀପୂର୍ଣ୍ଣିମା। ବିଭିନ୍ନ ପ୍ରକାରର ରାକ୍ଷୀ ମିଳିଥାଏ ବଜାରରେ। ମାତ୍ର ଚଳିତ ବର୍ଷ ପ୍ରଥମ ଥର ପାଇଁ ମାଟିର ରାକ୍ଷୀ ବଜାରରେ ମିଳିବାକୁ ଯାଉଛି। ଜିଲ୍ଲା ପିଡିଡିଆରଡିଏ ଓ ଓରମାସ ଅଧିକାରୀଙ୍କ ପ୍ରୋତ୍ସାହନ ଓ ସହଯୋଗ ରେ ଏହି ମହିଳା ମାନେ ତିଆରି କରିଛନ୍ତି ରାକ୍ଷୀ। ଏଥିପାଇଁ ଟେରାକୋଟା ପ୍ରଶିକ୍ଷକ ନବଘନ ବେହେରା ମହିଳା ମାନଙ୍କୁ ରାକ୍ଷୀ ତିଆରି କରିବାର ସ୍ବତନ୍ତ୍ର ଛାଞ୍ଚ ତିଆରି କରି ଦେବା ସହିତ ପ୍ରଶିକ୍ଷଣ ଦେଇଛନ୍ତି। କଟକ ରୁ ଜରି , ରାକ୍ଷୀ ପ୍ୟାକିଂ ପାଇଁ କାଗଜ ଓ ଷ୍ଟୋନ କିଣାଯାଇ ତିଆରି କରାଯାଉଛି ଆକର୍ଷଣୀୟ ରାକ୍ଷୀ।

ଓରମାସ ପକ୍ଷରୁ ଜଗତସିଂହପୁର ଠାରେ ଏହାର ଷ୍ଟଲ ଦିଆଯିବ। ଏଥିପାଇଁ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ଥିବାବେଳେ ବାହାର ବ୍ୟବସାୟୀ ମଧ୍ୟ ଏହି ରାକ୍ଷୀ ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ପ୍ରଥମ ଥର ପାଇଁ ବଜାରରେ ମିଳିବାକୁ ଯାଉଛି ମାଟିରେ ତିଆରି ଟେରାକୋଟା ରାକ୍ଷୀ। ଦେଖିବାକୁ ଆକର୍ଷଣୀୟ ହୋଇଥିବା ଏହି ରାକ୍ଷୀ କୂମ୍ଭକାର ପରିବାର କୁ ପୁଣିଥରେ ଆର୍ଥିକ ସ୍ୱଚ୍ଛଳ କରିବ ବୋଲି ସେମାନେ ଆଶାବାଦୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତ ସହ ଟି-୨୦ ବିଶ୍ବକପ୍ ଖେଳିବ ପାକିସ୍ତାନ 🔴 ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି 🔴 ଉମରକୋଟରେ ୧୨ ଘଣ୍ଟିଆ ବନ୍ଦ ପାଳନ 🔴 ରାଜଧାନୀରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ 🔴 ରାତିରେ ପାରଦ ଖସୁଛି 🔴 ଆଜିଠାରୁ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ 🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି 🔴 ଟପ୍ କମାଣ୍ଡର ଉଧମ ସିଂହ ନିହତ 🔴 ଭାରତ ସହ ଟି-୨୦ ବିଶ୍ବକପ୍ ଖେଳିବ ପାକିସ୍ତାନ 🔴 ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି 🔴 ଉମରକୋଟରେ ୧୨ ଘଣ୍ଟିଆ ବନ୍ଦ ପାଳନ 🔴 ରାଜଧାନୀରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ 🔴 ରାତିରେ ପାରଦ ଖସୁଛି 🔴 ଆଜିଠାରୁ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ 🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି 🔴 ଟପ୍ କମାଣ୍ଡର ଉଧମ ସିଂହ ନିହତ