Masthead

ଡ୍ରଗ୍ସ ଲିଙ୍କରେ ଗିରଫ ହେଲେ ଅଭିନେତ୍ରୀ

ବେଙ୍ଗାଲୁରୁ(ବଡ଼ ଖବର ବ୍ୟୁରୋ):   ଡ୍ରଗସ କେସରେ ଦିନକୁ ଦିନ ଛନ୍ଦି ହେଇଯାଉଛନ୍ତି ସେଲିବ୍ରିଟି । ଯାହାକୁ ନେଇ ଅଡୁଆ ବଢି ଚାଲିଛି । ଏହି ମାମଲାରେ ଜଣଙ୍କ ପରେ ଜଣେ ଅଭିନେତା ଏବଂ ଅଭିନେତ୍ରୀ ଧରାପଡୁଛନ୍ତି । ନିକଟରେ କିଛି ସେଲିବ୍ରିଟିଙ୍କୁ ଡ୍ରଗସ କେସ ମାମଲାରେ ଏନସିବି ଗିରଫ କରିଥିଲା । ଏବେ ପୁଣି ଏହି ମାମଲାରେ ଆଉ ଜଣେ ସେଲିବ୍ରିଟି ଗିରଫ ହୋଇଛନ୍ତି । ସାଉଥ୍ ଅଭିନେତ୍ରୀ ସୋନାଲି ଅଗ୍ରୱାଲଙ୍କୁ କର୍ଣ୍ଣାଟକ ପୋଲିସ ଏକ ଲଗଜୁରୀ ହୋଟେଲରୁ ଆଜି ଗିରଫ କରିଛି । ତାଙ୍କ ସହ ଆଉ ଦୁଇ ଜଣ ମଧ୍ୟ ଗିରଫ ହୋଇଛନ୍ତି ।

ଆଜି ସକାଳୁ କର୍ଣ୍ଣାଟକ ପୋଲିସ ଏକକାଳୀନ ବେଙ୍ଗାଲୁରୁର ୩ ଟି ସ୍ଥାନରେ ରେଡ କରିଥିଲାବେଳେ ୪୦ ଗ୍ରାମର ଗଞ୍ଜେଇ ଜବତ କରିଥିଲା । ଏହାପରେ ସୋନିଆ ଅଗ୍ରୱାଲ,ଡିଜେ ବଚ୍ଚନ ଚିନ୍ନପା ଓ ଉଦ୍ୟୋଗପତି ଭାରତଙ୍କୁ ଗିରଫ କରିଛି । ଏମାନେ ବେଙ୍ଗାଲୁରର ଅଭିନେତା,ଅଭିନେତ୍ରୀଙ୍କୁ ଡ୍ରଗସ ବଣ୍ଟନ କରୁଥିବା ସୂଚନା ମିଳିଛି । ପୂର୍ବରୁ ପୋଲିସ ଦ୍ୱାରା ଗିରଫ ହୋଇଥିବା ଜଣେ ଆଫ୍ରିକୀୟ ଯୁବକଙ୍କୁ ପଚରାଉଚରା କରିବା ପରେ ଏମାନଙ୍କ ନାଁ ସାମ୍ନାକୁ ଆସିଥିଲା । ଆଉ ଏହି ଆଧାରରେ ପୋଲିସ ଚଢାଉ କରି ସେମାନଙ୍କୁ ଗିରଫ କରିଥିଲା ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା