Masthead

ଶେଷ ହୋଇନି ଯୁଦ୍ଧ, ଜାରି ରହିଛି ସଂଘର୍ଷ

(ବଡ଼ ଖବର ବ୍ୟୁରୋ): ପଞ୍ଜଶୀର ଘାଟି ପାଇଁ ସରି ନାହିଁ ଲଢେଇ । ତାଲିବାନ ଓ ବିଦ୍ରୋହୀ ସେନା ମଧ୍ୟରେ ଭୟଙ୍କର ଲଢେଇରେ କମାଣ୍ଡରଙ୍କ ମୃତ୍ୟୁ ହୋଇଛି । କମାଣ୍ଡର ସାଲେହ ଅହମ୍ମଦଙ୍କ ମୃତ ଘଟିଛି । ବିଦ୍ରୋହ ସେନା ପଞ୍ଜଶୀର ଛାଡୁଥିବା ଦେଖିବାକୁ ମିଳିଛି । କିନ୍ତୁ ଶେଷ ହୋଇନି ଯୁଦ୍ଧ, ଜାରି ରହିଛି ସଂଘର୍ଷ । ଏହାରି ଭିତରେ ପଞ୍ଜଶୀର ଘାଟୀରେ କିଛି ଅଜ୍ଞାତ ସୈନ୍ୟ ବିମାନ ଆକ୍ରମଣ କରିଥିବା ସୂଚନା ମିଳିଛି । ତାଲିବାନୀଙ୍କ ଆଡ୍ଡାକୁ ଟାର୍ଗେଟ୍ କରି ଏହି ଆକ୍ରମଣ କରାଯାଇଥିବା କୁହାଯାଉଛି ।

ପୂର୍ବରୁ ସୋମବାର ତାଲିବାନୀମାନେ ପଞ୍ଜଶୀରରେ ପ୍ରବେଶ କରିଥିଲେ । ପଞ୍ଜଶୀରର ମୁଖ୍ୟ ପ୍ରବେଶ ପଥ ଓ ଗଭର୍ଣ୍ଣର ଅଫିସରେ ନିଜର ପତାକା ଉଡାଇଥିଲେ । ତେବେ ପଞ୍ଜଶୀରକୁ ସମ୍ପୂର୍ଣ୍ଣ ରୂପେ ନିଜ ଅକ୍ତିଆରକୁ ନେଇଥିବା ତାଲିବାନୀ ଦାବି କରିବା କିଛି ସମୟ ପରେ ନର୍ଦନ ଆଲାଏନ୍ସର ନେତା ଅହମ୍ମଦ ମାସୁଦଙ୍କ ପ୍ରତିକ୍ରିୟା ଆସିଥିଲା ।

ନର୍ଦନ ଆଲାଏନ୍ସର ଯୋଦ୍ଧାମାନେ ରକ୍ତର ଶେଷ ବିନ୍ଦୁ ପର୍ଯ୍ୟନ୍ତ ଲଢେଇ ଜାରି ରହିବ ବୋଲି କହିଛନ୍ତି । ଏହାସହ ମଧ୍ୟ ଦାବି କରିଥିଲେ ଯେ, ପଞ୍ଜଶୀରର ଯୋଦ୍ଧାମାନେ ପାକିସ୍ତାନର ଜେଟ୍‌କୁ ଧ୍ଵଂସ କରିଛନ୍ତି । ପଞ୍ଜଶୀର ପାହାଡ଼ ଉପରେ ଥିବା ନର୍ଦନ ଆଲାଏନ୍ସର ଯୋଦ୍ଧାମାନେ ଗରିଲା ଯୁଦ୍ଧ ଜରିଆରେ ତାଲିବାନୀଙ୍କୁ ଚ୍ୟାଲେଞ୍ଜ ଦେଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ