Masthead

ସଲମାନଙ୍କ ଲାଇଫ ଷ୍ଟୋରୀକୁ ନେଇ ରିଲିଜ ହେବ ୱବ୍ ସିରିଜ୍

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ସଲମାନ ହେଉଛନନ୍ତି ବଲିଉଡର ଜଣେ ନାମୀଦାମୀ କଳାକାର । ୯୦ ଦଶକରୁ ସେ ଏପର୍ଯ୍ୟନ୍ତ ବି ଫିଲ୍ମ ଜଗତରେ ତାଙ୍କ ଦବଦବା ଜାରି ରଖିଛନ୍ତି । ତାଙ୍କ ଲାଇଫ୍ ଜଣ୍ଣିଂ କୌଣସି ଫିଲ୍ମ ଠାରୁ ମଧ୍ୟ କମ୍ ନୁହେଁ । କ୍ରାଇମ୍, ରୋମାନ୍ସ, ସୁପରଷ୍ଟାଡମ୍ ସବୁ କିଛି ରହିଛି ସଲମାନଙ୍କ ଜର୍ଣ୍ଣିରେ । ଏକରୁ ଅଧିକ ହିଟ୍ ଫିଲ୍ମ ଦେଇ ସେ ଦର୍ଶକଙ୍କ ମନରେ ଖାସ୍ ହୋଇ ରହିଛନନ୍ତି । ସେଥିପାଇଁ ଏବେ ଶୁଣିବାକୁ ମିଳିଛି ଯେ ସଲମାନଙ୍କ ଲାଇଫ ଷ୍ଟୋରୀକୁ ନେଇ ତିଆରି ହେବାକୁ ଯାଉଛି ଏକ ୱବ୍ ସିରିଜ୍ । ଯାହାକି ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ।

ଏହି ସିରିଜରେ ସଲମାନଙ୍କ ଲାଇଫର ଅନେକ ରହସ୍ୟମୟ କାହାଣୀ ଦର୍ଶାଯିବ ଯାହା ବିଷୟରେ ହୁଏତ ଦର୍ଶକ ଜାଣି ନଥିବେ । ଖବର ଅନୁସାରେ ଏହି ସିରିଜ ପାଇଁ ପ୍ରିପେୟାରେସନ ମଧ୍ୟ ଆରମ୍ଭ ହୋଇଛି । କହିବାକୁ ଗଲେ ସଲମାନ ଖାନ୍ ଙ୍କ ଲାଇଫ୍ ବାକି ଅଭିନେତା ମାନଙ୍କ ଠାରୁ ଭିନ୍ନ । ଗୋଟିଏ ପଟେ ତାଙ୍କର ଷ୍ଟାରଡମ୍ ରହିଥିଲେ ଅନ୍ୟ ପଟେ ତାଙ୍କ ସହ ଜଡିତ ଅନେକ ବିବାଦ ରହିଛି ଯାହାକି ସର୍ବଦା ଚର୍ଚ୍ଚାରେ ରହିଥାଏ । ତେବେ ବର୍ତ୍ତମାନ ସଲମାନ ତାଙ୍କ ଅପକମିଙ୍ଗ ଫିଲ୍ମ ଟାଇଗର ୩ ପାଇଁ ବିଜି ରହିଛନ୍ତି । କ୍ୟାଟ୍ରିନାଙ୍କ ସହ ନିକଟରେ ସୁଟିଂ ଜାରି ରଖିଛନ୍ତି ସଲମାନ । ଏହା ବ୍ୟତିତ ତାଙ୍କର ଆଉ ଏକ ଫିଲ୍ମ କଭି ଇଦ୍ କଭି ଦିୱାଲୀ ମଧ୍ୟ ରିଲିଜ ଅପେକ୍ଷାରେ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି