Masthead

ସଲମାନଙ୍କ ଲାଇଫ ଷ୍ଟୋରୀକୁ ନେଇ ରିଲିଜ ହେବ ୱବ୍ ସିରିଜ୍

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ସଲମାନ ହେଉଛନନ୍ତି ବଲିଉଡର ଜଣେ ନାମୀଦାମୀ କଳାକାର । ୯୦ ଦଶକରୁ ସେ ଏପର୍ଯ୍ୟନ୍ତ ବି ଫିଲ୍ମ ଜଗତରେ ତାଙ୍କ ଦବଦବା ଜାରି ରଖିଛନ୍ତି । ତାଙ୍କ ଲାଇଫ୍ ଜଣ୍ଣିଂ କୌଣସି ଫିଲ୍ମ ଠାରୁ ମଧ୍ୟ କମ୍ ନୁହେଁ । କ୍ରାଇମ୍, ରୋମାନ୍ସ, ସୁପରଷ୍ଟାଡମ୍ ସବୁ କିଛି ରହିଛି ସଲମାନଙ୍କ ଜର୍ଣ୍ଣିରେ । ଏକରୁ ଅଧିକ ହିଟ୍ ଫିଲ୍ମ ଦେଇ ସେ ଦର୍ଶକଙ୍କ ମନରେ ଖାସ୍ ହୋଇ ରହିଛନନ୍ତି । ସେଥିପାଇଁ ଏବେ ଶୁଣିବାକୁ ମିଳିଛି ଯେ ସଲମାନଙ୍କ ଲାଇଫ ଷ୍ଟୋରୀକୁ ନେଇ ତିଆରି ହେବାକୁ ଯାଉଛି ଏକ ୱବ୍ ସିରିଜ୍ । ଯାହାକି ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ।

ଏହି ସିରିଜରେ ସଲମାନଙ୍କ ଲାଇଫର ଅନେକ ରହସ୍ୟମୟ କାହାଣୀ ଦର୍ଶାଯିବ ଯାହା ବିଷୟରେ ହୁଏତ ଦର୍ଶକ ଜାଣି ନଥିବେ । ଖବର ଅନୁସାରେ ଏହି ସିରିଜ ପାଇଁ ପ୍ରିପେୟାରେସନ ମଧ୍ୟ ଆରମ୍ଭ ହୋଇଛି । କହିବାକୁ ଗଲେ ସଲମାନ ଖାନ୍ ଙ୍କ ଲାଇଫ୍ ବାକି ଅଭିନେତା ମାନଙ୍କ ଠାରୁ ଭିନ୍ନ । ଗୋଟିଏ ପଟେ ତାଙ୍କର ଷ୍ଟାରଡମ୍ ରହିଥିଲେ ଅନ୍ୟ ପଟେ ତାଙ୍କ ସହ ଜଡିତ ଅନେକ ବିବାଦ ରହିଛି ଯାହାକି ସର୍ବଦା ଚର୍ଚ୍ଚାରେ ରହିଥାଏ । ତେବେ ବର୍ତ୍ତମାନ ସଲମାନ ତାଙ୍କ ଅପକମିଙ୍ଗ ଫିଲ୍ମ ଟାଇଗର ୩ ପାଇଁ ବିଜି ରହିଛନ୍ତି । କ୍ୟାଟ୍ରିନାଙ୍କ ସହ ନିକଟରେ ସୁଟିଂ ଜାରି ରଖିଛନ୍ତି ସଲମାନ । ଏହା ବ୍ୟତିତ ତାଙ୍କର ଆଉ ଏକ ଫିଲ୍ମ କଭି ଇଦ୍ କଭି ଦିୱାଲୀ ମଧ୍ୟ ରିଲିଜ ଅପେକ୍ଷାରେ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ