Masthead

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଧରା ପଡିଲେ ମହିଳା ଅଧିକାରୀ

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ):ଲାଞ୍ଚ ହେଲା କାଳ । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଧରା ପଡିଲେ ମହିଳା ଅଧିକାରୀ । ବଲାଙ୍ଗିର ଊଉଚ ଅଫିସର ଜେଣ୍ଡର କୋଡ଼ିନେଟର ପୁଷ୍ପାଙ୍ଗିନୀ ଯୋଶୀ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ପଡ଼ିଛନ୍ତି । ଜଣେ ପ୍ରଧାନ ଶିକ୍ଷକଙ୍କ ୟୁସି ଆଡଜଷ୍ଟ କରିବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ପୁଷ୍ପାଙ୍ଗିନୀ ଯୋଶୀ ଓ ଏହାପରେ ଊଉଚ ଅଫିସ୍ ସହ ଶାନ୍ତିପଡ଼ାର ଭଡ଼ା ଘର ଓ ନୂଆପଡ଼ା ଘରେ ଭିଜଲାନ୍ସ ଚଢ଼ାଉ କରି ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି।

ଭିଜିଲାନ୍ସ ସୂଚନା ଅନୁସାରେ, ପାଟଣାଗଡ ସୋଲବନ୍ଧ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମିତ୍ରଭାନୁ ମାଝୀଙ୍କୁ ୟୁସି ଆଡଜଷ୍ଟ କରିବା ପାଇଁ ୩୧ ହଜାର ଟଙ୍କା ଦାବି କରିଥିଲେ ମହିଳା ଅଧିକାରୀ ପୁଷ୍ପାଙ୍ଗିନି କ୍ଷ ଟଙ୍କା ଦେବା ପାଇଁ ରାଜି ହୋଇଥିଲେ ପ୍ରଧାନ ଶିକ୍ଷକ ମିତ୍ରଭାନୁ ମାଝୀ । ଏବଂ ଏନେଇ ବଲାଙ୍ଗିର ଭିଜିଲାନ୍ସକୁ ଅବଗତ କରିଥିଲେ। ଏହାପରେ ଆଜି ପୂର୍ବ ଯୋଜନା ମୁତାବକ ଊଚଉ ଅଫିସରେ ପ୍ରଧାନ ଶିକ୍ଷକ ମିତ୍ରଭାନୁଙ୍କ ଠାରୁ ଲାଞ୍ଚ ଟଙ୍କା ନେଉଥିଳେ ଜେଣ୍ଡର କୋଡ଼ିନେଟର ପୁଷ୍ପାଙ୍ଗିନୀ ଯୋଶୀ। ହେଲେ ସେ ସମୟରେ ତାଙ୍କୁ ରେଡ ହେନଡେଡ ଧରିଛି ଭିଜିଲାନ୍ସ। ୩୧ ହଜାର ଲାଞ୍ଚ ଟଙ୍କା ଜବତ ସହ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏହାପରେ ଊଉଚ ଅଫିସ ଓ ଶାନ୍ତିପଡ଼ା ଭଡା ଘର ସହ ନୂଆପଡ଼ା ଘରେ ଚଢ଼ାଉ କରି ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସ ହାତରେ ଲାଗିଛି। ପରେ ମହିଳା ଅଧିକାରୀ ପୁଷ୍ପାଙ୍ଗିନି ଯୋଶୀଙ୍କୁ ବଲାଙ୍ଗିର ଭିଜିଲାନସ୍ ଡିଏସପି ଅଫିସକୁ ନିଆଯାଇ ପଚରାଉଚରା କରି ଘଟଣାର ଅଧିକ ତଦନ୍ତ ଜାରି ରହିଛି । ଏବଂ ତାଙ୍କୁ କୋର୍ଟ ଫରୱାର୍ଡ କରାଯିବ ବୋଲି ଭିଜିଲାନ୍ସ ଡିଏସ୍ପି ପୁଲସ୍ତୀ ଛତ୍ରୀଆ ସୂଚନା ଦେଇଛନ୍ତି ଓ ହେଲେ ଏହି ଭିଜିଲାନ୍ସ ଟ୍ରାପ୍ ଘଟଣାରେ ବଲାଙ୍ଗିର ଓ ସୋନପୁର ଭିଜିଲାନ୍ସ ଟିମ୍ ସାମିଲ ଥିଲେ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି