Masthead

ଆସିଲା ବିଶ୍ୱର ପ୍ରଥମ କୋଭିଡ ବଟିକା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆସିଗଲା ବିଶ୍ୱର ପ୍ରଥମ କୋଭିଡ ବଟିକା । ଯାହାକି ମୃତ୍ୟୁ ଆଶଙ୍କା ୫୦ ପ୍ରତିଶତ ହ୍ରାସ କରିବ । କୋଭିଡ ମହାମାରୀକୁ ମାତ ଦେବା ପାଇଁ କୋଭିଡ ଟିକା ଆସିଥିଲେ ମଧ୍ୟ କରୋନା ସହ ଲଢେଇ କରିବା ପାଇଁ ଏବେ ଆସିଯାଇଛି ବଟିକା । ଏହାକୁ ଗ୍ରୀନ ସିଗନାଲ ଦେଇଛି ବ୍ରିଟେନ । ଆମେରିକୀୟ କମ୍ପାନୀ ‘ମାର୍କ ଆଣ୍ଡ କୋ ମୋଲ୍ୟୁନିପିରାଭି’ ପ୍ରସ୍ତୁତକାରୀ କମ୍ପାନୀ ।ଏହି ବଟିକାରେ କ୍ଲିନିକାଲ ଟ୍ରାଏଲ ଭଲ ପ୍ରଦର୍ଶନ କରିଛି ।

ତୃତୀୟ ପର୍ଯାୟରେ କ୍ଲିନିକାଲ ଟ୍ରାଏଲ ପାଇଁ ୭୭୫ ଜଣ ସଂକ୍ରମିତଙ୍କ ଠାରେ ପ୍ରୟୋଗ କରାଯାଇଛି । ସମସ୍ତ ସଂକ୍ରମିତଙ୍କ ଠାରେ ଗୁରୁତର ହେବାର ଆଶଙ୍କା ରହିଥିଲେ ମଧ୍ୟ ମାତ୍ର ୭.୩ ପ୍ରତିଶତ ସଂକ୍ରମିତ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ମୋଲ୍ୟୁନିପିରାଭି ବଟିକା ଦ୍ୱାରା ରୋଗୀମାନଙ୍କ ମୃତ୍ୟୁର ଏବଂ ହସ୍ପିଟାଲରେ ଆଡମିଟ ହେବାର ହାର ୫୦ ପ୍ରତିଶତ ହ୍ରାସ ପାଇବ । ଏହା ସବୁ ପ୍ରକାର କରୋନା ଭୂତାଣୁ ବିରୋଧରେ ଲଢେଇ କରିପାରିବ ବୋଲି କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ