Masthead

ମାଟିତଳୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ

ଗଞ୍ଜାମ (ବଡ଼ ଖବର ବ୍ୟୁରୋ): ମାଟିତଳୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ। ଗଞ୍ଜାମ ଜଗନ୍ନାଥପ୍ରସାଦ ଥାନା ମଳିଙ୍ଗି ଗ୍ରାମ ନିକଟ ଜଙ୍ଗଲରେ ମାଟି ତଳେ ପୋତା ଯାଇଥିଲା ମୃତଦେହ। ଆଜି ପୋଲିସ ମୃତଦେହକୁ ଉଦ୍ଧାର କରିଛି । ମୃତକ ଜଣକ ହେଲେ ସୁଗୁମ ଗ୍ରାମର ମାଧବ ନାୟକ। ମାଧବ ଘରୁ ଛଅ ଦିନ ତଳେ କେଉଁଆଡ଼େ ଚାଲିଯାଇଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ କୌଣସି ପତା ନମିଳିବାରୁ ଥାନାରେ ନିଖୋଜ ଏତଲା ଦେଇଥିଲେ।

ପୋଲିସ ତଦନ୍ତ ପରେ ଜାଣିବାକୁ ପାଇଥିଲା ସେହି ଗ୍ରାମର ଜଣେ ଯୁବକ ସହ ବୁଲିବାକୁ ଯାଇଥିଲେ । ପରେ ଘରକୁ ଫେରିନଥିଲା । ଯୁବକକୁ ଥାନାକୁ ଆଣି ପଚରାଉଚରା ବେଳେ ଜଣାପଡିଲା କୌଣସି କାରଣରୁ ତାଙ୍କୁ ହତ୍ୟା କରି ମାଟି ତଳେ ପୋତିଦିଆଯାଇଛି ଯାହା ଥାନା ଅଧିକାରୀ ସୂଚନା ଦେଇଛିନ୍ତି । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ,ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି।ତେବେ ଏହି ହତ୍ୟା ଘଟଣାରେ କିଏ କିଏ ଅଭିଯୁକ୍ତ ତାହା ସ୍ପଷ୍ଟ ଜଣାପଡିନାହିଁ।ପୋଲିସର ତଦନ୍ତ ପରେ ସବୁକିଛି ଜଣାପଡିବ ବୋଲି ଆଶା ରଖାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ