Before Header

ଫେବ୍ରୁଆରୀ ୫ରୁ ବିଧାନସଭା କାମଚଳା ବଜେଟ ଅଧିବେଶନ

0 524

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଫେବ୍ରୁଆରୀ ୫ରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ । ୫ରୁ ୧୩ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ । ଅଧିବେଶନରେ କାମଚଳା ବଜେଟ୍‌ ଆଗତ କରାଯିବ। ଫେବ୍ରୁଆରୀ ୫ ତାରିଖରେ ରାଜ୍ୟପାଳ ରଘୁବର ଦାସ ରଖିବେ ଅଭିଭାଷଣ । ଫେବ୍ରୁଆରୀ ୮ରେ କାମଚଳା ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ । ଷୋଡଶ ବିଧାନସଭାର ଏହା ଶେଷ ଅଧିବେଶନ । ଯେହେତୁ ଆଗକୁ ସାଧାରଣ ନିର୍ବାଚନ ଅଛି ତେଣୁ ତା ପୂର୍ବରୁ କାମଚଳା ବଜେଟ ଆଗତ କରିବେ ସରକାର ।

Leave A Reply

Your email address will not be published.