Masthead

ଜନତା ଓ କଂଗ୍ରେସ କର୍ମୀଙ୍କୁ ଟଙ୍କା ମାଗିବ କଂଗ୍ରେସ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଜନତା ଆଉ କଂଗ୍ରେସ କର୍ମୀଙ୍କୁ ଟଙ୍କା ମାଗିବ କଂଗ୍ରେସ । ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଆଜିଠୁ ଲଞ୍ଚ କରୁଛି ଡୋନେଟ ଫର ଦେଶ କାର୍ଯ୍ୟକ୍ରମ। ପାର୍ଟି ଅଧ୍ୟକ୍ଷ ମଲିକାର୍ଜୁନ ଖଡଗେ ଦିଲ୍ଲୀରେ ଆଜି ଆରମ୍ଭ କରୁଛନ୍ତି ଏହି କ୍ୟାପେନ। ଓଡ଼ିଶାରେ ପାଣ୍ଠି ସହ ସମର୍ଥନ ପାଇଁ ଅପିଲ କଲେ ପିସିସି ସଭାପତି। ପ୍ରତ୍ୟେକ ବୁଥରେ ୧୦ ଟି ପରିବାର କୁ ଚିହ୍ନଟ କରାଯିବା। ସେହି ପରିବାରଠୁ ଟଙ୍କା ଆଣିବେ କଂଗ୍ରେସ ନେତା।

ଡିସେମ୍ବର ୧୮ ରୁ ୨୮ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ। ୧୮ବର୍ଷରୁ ଉର୍ଦ୍ଧ୍ବ ବୟସର ପିଲାମାନେ ମିନିମମ ୧୩୮ ଟଙ୍କା ଦାନ କରିବେ। ସେହିପରି ୧୩୮୦ ଓ ୧୩,୮୦୦ ଟଙ୍କା ଅର୍ଥ ରାଶି ସଂଗ୍ରହ କରାଯିବ। ୧୯୨୦ -୨୧ ମସିହାରେ ମହାତ୍ମାଗାନ୍ଧୀଙ୍କ ତିଲକ୍ ସ୍ୱରାଜ ଫଣ୍ଡରୁ ପ୍ରେରଣା ପାଇ କଂଗ୍ରେସ ଏହି ଅଭିଯାନ ଆରମ୍ଭ କରିଛି ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ତେବେ କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ କଳା ଟଙ୍କା ନେଇ କଂଗ୍ରେସ ବ୍ୟାକ ଫୁଟରେ ଥିବାରୁ ଛବି ସୁଧାରିବାକୁ ଏହି ପ୍ରୟାସ କି ପ୍ରଶ୍ନରେ ପିସିସି ସଭାପତି କହିଛନ୍ତି ଏହା କଳା ଟଙ୍କା ବୋଲି ପ୍ରମାଣିତ ହୋଇନି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ