Masthead

କେରଳ-ମହାରାଷ୍ଟ୍ରରେ ବ୍ୟାପୁଛି ଜିକା ଭାଇରସ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କେରଳ ମହାରାଷ୍ଟ୍ରରେ ବ୍ୟାପୁଛି ଜିକା ଭାଇରସ । ମହାରାଷ୍ଟ୍ରରରେ ପ୍ରଥମ ଜିକା ଭାଇରସ ସଂକ୍ରମଣ ମାମଲା ପୁଣେରେ ଦେଖାଦେଇଛି । ତେବେ ଲୋକେ ଭୟଭିତ ନହେବା ପାଇଁ ମଧ୍ୟ କୁହାଯାଇଛି । କେରଳରେ ଜିକା ଭାଇରସ ସଂକ୍ରମଣ ବଢିବାରେ ଲାଗିଛି । ସଂକ୍ରମଣ ବୃଦ୍ଧି ପାଇଁ ରାଜ୍ୟରେ ମୋଟ ସଂକ୍ରମଣ ୬୩କୁ ବୃଦ୍ଧି ପାଇଛି ।

ଏହି ସଂକ୍ରମଣର ପ୍ରଥମ ପର୍ଯ୍ୟାୟରେ କୋଭିଡ-୧୯ ରୋଗୀ ସୃଷ୍ଟି କରୁଥିବା ସାର୍ସ-କୋଭ-୨ ସଂକ୍ରମଣ ଭଳି ଲକ୍ଷଣ ପ୍ରକାଶ ପାଏ । ଏହି ରୋଗ ନିର୍ଣ୍ଣୟ କରିବା କଷ୍ଟକର ବୋଲି ବିଶେଷଜ୍ଞ ମାନେ ମତ ରଖିଛନ୍ତି । କରୋନା ଏବଂ ଜିକା ଭାଇରସର ବେକ୍ଟର, ଟ୍ରାନ୍ସମିଶନ ଏବଂ ଏପିଡେମୋଲୋଜି ଭିନ୍ନ । ଏଡିଶ୍ ଇଜିପ୍ଟ ମଶା କାମୁଡିବା ଦ୍ୱାରା ଜିକା ସଂକ୍ରମଣ ହୁଏ । ଜ୍ୱର. ଚର୍ମରେ ଦାଗ, ମାଂସପେଶୀ ଓ ଗଣ୍ଠି ଯନ୍ତ୍ରଣା, ମୁଣ୍ଡବିନ୍ଧା ଜିକା ଭୂତାଣୁ ସଂକ୍ରମଣର ଲକ୍ଷଣ । ଏହି ଲକ୍ଷଣ ୨ରୁ ୭ଦିନ ରହିଥାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ