Masthead

ୟୁଏନଏସସି ନେତୃତ୍ୱ ନେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ (ବଡ଼ ଖବର): ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷ ଭାବେ ଭାରତ ରବିବାର ଦାୟିତ୍ୱ ଗ୍ରହଣ କରିଛି । ଏହାର ନେତୃତ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେବେ । ଅଗଷ୍ଟମାସ ପାଇଁ ଭାରତ ଏହି ପଦବୀରେ ରହି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କାର୍ଯ୍ୟକାରୀ କରାଇବା । ବିଶେଷ କରି ଶାନ୍ତିରକ୍ଷା, ସାମୁଦ୍ରିକ ସୁରକ୍ଷା, ଆତଙ୍କବାଦ ବିରୋଧୀ ଲଢେଇକୁ ତ୍ୱରାନ୍ୱିତ କରିବା ଦିଗରେ ପଦକ୍ଷେପ ନେବେ ।

ଭାରତ ଅଗଷ୍ଟ ୧୫ ରେ ଏହାର ୭୫ତମ ସ୍ୱଧୀନତା ଦିବସ ପାଳନ କରିବାକୁ ଯାଉଥିବା ବେଳେ ସୁରକ୍ଷା ପରିଷଦର ନେତୃତ୍ୱ ନେବା ସମ୍ମାନର କଥା ବୋଲି ଜାତିସଂଘରେ ଭାରତର ରାଷ୍ଟ୍ରଦୂତ ଟି.ଏସ୍.ତିରୁମୂର୍ତ୍ତି କହିଛନ୍ତି । ଭାରତ ଗତ ଜାନୁୟାରୀ ୧ରୁ ଦୁଇ ବର୍ଷ ପାଇଁ ୟୁଏନଏସସି ଅସ୍ଥାୟୀ ସଦସ୍ୟ ରହିଛି । ସ୍ଥାୟୀ ସଦସ୍ୟ ଆମେରିକା, ଚାଇନା, ରୁଷିଆ, ବ୍ରିଟେନ୍ ଏବଂ ଫ୍ରାନ୍ସ ନିକଟରେ ଭିଟୋ ପାୱାର ରହିଛି ।

ଯଦି କୌଣସି ୪ ସଦସ୍ୟ ଏକ ପ୍ରସ୍ତାବ ପାରିତ କରିବାକୁ ଚାହୁଁଛନ୍ତି କିନ୍ତୁ ଅନ୍ୟ ଏକ ରାଷ୍ଟ୍ର ତାହାର ଭିଟୋ ପାୱାର ବ୍ୟବହାର କରେ । ତେବେ ଉକ୍ତ ପ୍ରସ୍ତାବ ପାସ୍ ହୋଇପାରିବ ନାହିଁ । ୟୁଏନଏସସି ଅଧ୍ୟକ୍ଷତା ପ୍ରତିମାସରେ ବଦଳିଥାଏ । ଇଂଲିଶ ବର୍ଣ୍ଣମାଳା ଅନୁସାରେ ଫ୍ରାନ୍ସ ପରେ ଏବେ ଭାରତର ପାଳି ପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ