ବାଲିପାଟଣା(ବଡ଼ ଖବର ବ୍ୟୁରୋ): ନରଦା ବଜାର ସାଇଶ୍ରୀ ମେଡିସିନ ଷ୍ଟୋରରୁ ଶୁକ୍ରବାର ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ଦୋକାନ ସଟର ତାଡି ଚୋରି କରିଛନ୍ତି । କ୍ୟାସ କାଉଣ୍ଟରରୁ ୨୦ ହଜାର ଟଙ୍କା ଚୋରି ହୋଇଛି । ସକାଳେ ପାଖ ଦେକାନୀ ଆସି ସଟର ଭଙ୍ଗା ଯାଇଥିବା ଦେଖି ଦୋକାନ ମାଲିକକୁ ଫୋନ କରିଥିଲେ । ଦୋକାନ ମାଲିକ ବନମାଳି ମାଝୀ ଦୋକାନ ଭିତରେ ଟଙ୍କା ଓ ଜିନିଷ ଚୋରି ହୋଇଥିବା ଦେଖି ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି ।