Masthead

ଆମେରିକାରେ ହିନ୍ଦୁ ମନ୍ଦିର ସଂଖ୍ୟା ଏକ ହଜାର ଟପିଲାଣି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ଆମେରିକାରେ ଦିନକୁ ଦନି ବଢିବାରେ ଲାଗିଛି ହିନ୍ଦୁଙ୍କ ଦବଦବା । ଗତ ୧୫ ବର୍ଷରେ ଆମେରିକାରେ ହିନ୍ଦୁଙ୍କ ସଂଖ୍ୟା ଯାହା ଥିଲା ଏବେ ଦୁଇଗୁଣା ବଢିଛି । ୧୫ ବର୍ଷ ତଳେ ସେଠରେ ୧୧ ଲକ୍ଷ ହିନ୍ଦୁଥିବାବେଳ ଏବେ ଏହି ସଂଖ୍ୟା ୨୨ ଲକ୍ଷରେ ପହଞ୍ଚିଛି । ୨୦୨୫ ସୁଦ୍ଧା ଆମେରିକାରେ ହିନ୍ଦୁ ସଂଖ୍ୟା ୨୮ ଲକ୍ଷରେ ପହଞ୍ଚିବ । ହିନ୍ଦୁ-ଆମେରିକାନ ଫାଛଣ୍ଡେସନ ପକ୍ଷରୁ କୁହାଯାଇଛି ୨୦ ବର୍ଷ ପୂର୍ବେ ଆମେରିକାରେ ୪୩୫ ହିନ୍ଦୁ ମନ୍ଦିର ଥିଲା । ଏବେ ୧ ହଜାରରେ ପହଞ୍ଚିିଲାଣି । ହିନ୍ଦୁଙ୍କ ସଂଖ୍ୟା ବଢୁଥିବାରୁ ମନ୍ଦିର ମଧ୍ୟ ବଢିବାରେ ଲାଗିଛି ।

ଆମେରିକାରେ ହିନ୍ଦୁ ଧର୍ମ ଓ ସଂସ୍କୃତିର ଲୋକପ୍ରିୟତା ବଢି ବଢି ଚାଲିଛି । ୧୯୦୫ରେ ଆମେରିକାରେ ପ୍ରଥମ ହିନ୍ଦୁ ମନ୍ଦିର ନର୍ମାଣ ହୋଇଥିଲା । ୨୦୧୭ ବେଳକୁ ମନ୍ଦିର ସଂଖ୍ୟା ୨୫୦ରେ ପହଞ୍ଚିଥିଲା । ୱାଶିଙ୍ଗଟନ ଡିସିର ରାଜଧାନୀ ମନ୍ଦିର ପୂଜକ ରାମସ୍ନେହ ତ୍ରିପାଠୀ କହିଛନ୍ତି ୫ ବର୍ଷ ମଧ୍ୟରେ ସେମାନଙ୍କ ବିଦ୍ୟାଳୟରେ ହିନ୍ଦୁ ପିଲାଙ୍କ ସଂଖ୍ୟା ୨୦୦ ପ୍ରତିଶତ ବୃଦ୍ଧି ହୋଇଛି । ପ୍ରତି ସପ୍ତାହରେ ୬୦୦ ନୂଆ ହିନ୍ଦୁ ପିଲା ନାମ ଲେଖାଉଛନ୍ତି ।

ଆମେରିକାରେ ରହୁଥିବା ପ୍ରବାସୀଙ୍କ ମଧ୍ୟରେ ହିନ୍ଦୁଙ୍କ ସଂଖ୍ୟା ୧୫୦୭ ପ୍ରତିଶତ । ଔପଚାରିକ ପଢା ସହିତ ହିନ୍ଦୁମାନେ ଅଧିକ ଶିକ୍ଷିତ ବିବେଚିତ ହେଉଛନ୍ତି । ଦ୍ୱିତୀୟ ସ୍ଥାନରେ ଇହୁଦି ତୃତୀୟ ସ୍ଥାନରେ ଆମେରିକୀୟ ଅଛନ୍ତି । ଆମେରିକାରେ ରହୁଥିବା ହିନ୍ଦୁମାନଙ୍କ ମଧ୍ୟରୁ ୪୮ ପ୍ରତିଶତ ଲୋକ ମନ୍ଦିରଗୁଡିକୁ ଦାନ କରିଥାନ୍ତି । ମନ୍ଦିରକୁ ଦାନ ଦେବାରେ ହିନ୍ଦୁମାନେ ସବୁଠୁ ଆଗରେ ।ା ପ୍ରତ୍ୟକ ହିନ୍ଦୁ ବର୍ଷକୁ ହାରାହାରି ୧୬ ହଜାର ଟଙ୍କା ଦାନ ଦେଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ