Masthead

କେଜ୍ରିୱାଲଙ୍କୁ ହାଇକୋର୍ଟ ଝଟକା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କେଜ୍ରିୱାଲଙ୍କ ଆବେଦନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ । ଗିରଫ ଯଥାର୍ଥ ବୋଲି କହିଲେ ଦିଲ୍ଲୀ ହାଇକୋର୍ଟ । ଗିରଫକୁ ବେଆଇନ କୁହାଯାଇପାରିବନି କହିଲେ କୋର୍ଟ । ଅବକାରୀ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଆବେଦନ ଉପରେ ହାଇକୋର୍ଟ ରାୟ ଶୁଣାଇଥିବା ବେଳେ ଏହି ରାୟ ଆସିଛି। ଏଥିସହ କେଜ୍ରିଓ୍ବାଲଙ୍କ ଗିରଫଦାରୀ ଚ୍ୟାଲେଞ୍ଜକୁ ଖାରଜ କରିଛନ୍ତି କୋର୍ଟ।

ଏବେ ଆପ୍ ସୁପ୍ରିମକୋର୍ଟ ଯାଇପାରନ୍ତି। ଏହାବ୍ୟତୀତ ହାଇକୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ଯେ ବର୍ତ୍ତମାନ ରଦ୍ଦ ହୋଇଥିବା ମଦ ନୀତି ପ୍ରଣୟନ ଏବଂ ଲାଞ୍ଚ ଦାବିରେ କେଜ୍ରିୱାଲ ବ୍ୟକ୍ତିଗତ ଭାବରେ ସମ୍ପୃକ୍ତ ଥିଲେ। ଏହାବ୍ୟତୀତ ଆପର ରାଷ୍ଟ୍ରୀୟ ଆବାହକ ଭାବେ କେଜ୍ରିୱାଲ ଏହି ଦୁର୍ନୀତି ସହ ଜଡ଼ିତ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିଥିବା ଅଭିଯୋଗ ହୋଇଛି। କୋର୍ଟ କହିଛନ୍ତି, ଯେଉଁ ବୟାନ ରେକର୍ଡ ହୋଇଛି ତାହା ବିଚାରପତିଙ୍କ ଆଗରେ ହୋଇଛି ।

ଏପରି ସ୍ଥିତିରେ ଯେଉଁ ବ୍ୟକ୍ତିଙ୍କ ପ୍ରମାଣକୁ ଚ୍ୟାଲେଞ୍ଜ କରାଯାଉଛି ଏହାର ଅର୍ଥ ବିଚାରପତି ଏବଂ ବିଚାର ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଯାଉଛି। ଏହି ମାମଲାରେ କେନ୍ଦ୍ର ସରକାର ନାହାନ୍ତି। ଏହା ଇଡି ଏବଂ କେଜ୍ରିଓ୍ବାଲଙ୍କ ମଧ୍ୟରେ। କୋର୍ଟ କୌଣସି ରାଜନୈତିକ ଚାପର ଶିକାର ହେବେ ନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ