Masthead

ରାଜ୍ୟରେ ଖାଲି ପଡ଼ିଛି ଡାକ୍ତର ପଦବୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ୧ ହଜାର ୯୮୫ ମେଡକାଲ ଅଫିସର ପଦବୀ ଫାଙ୍କା ପଡ଼ିଛି । ଏସିଏସଟି କାଟାଗୋରି ପାଇଁ ୧୫୮୬ ପଦବି ସଂରକ୍ଷିତ ଥିବାବେଳେ ଡାକ୍ତରଙ୍କ ଅଭାବ ପାଇଁ ଏହି ପଦବୀ ପୂରଣ ହୋଇପାରୁନାହିଁ । ମେଡିକାଲ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦନ ପାଇଁ ଅଧାରୁ ଅଧିକ ଅଧ୍ୟାପକ ଖାଲି ପଡ଼ିଛି । ପ୍ରଫେସର ଏବଂ ଆସିଷ୍ଟାଣ୍ଡ ପ୍ରଫେସର ପଦବୀ ପାଇଁ ଉପଯୁକ୍ତ ପ୍ରାର୍ଥୀ ମିଳୁନାହାନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ବିଭିନ୍ନ ପଦପଦବି ଖାଲି ପଡ଼ିଥିବାବେଳେ ଏହାକୁ ପୂରଣ କରିବାରେ କି ସମସ୍ୟା ରହିଛି ସେ ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହାଇକୋର୍ଟରେ ଦାଖଲ ସତ୍ୟପାଠରେ ଏହା ଉଲ୍ଲେଖ କରାଯାଇଛି ।

ରାଜ୍ୟରେ ପ୍ରକୃତରେ କେତେ ମେଡିକାଲ ଅଫିସର ପଦବୀ ଫାଙ୍କା ରହିଛି ଏବଂ ଏହି ପଦବୀ କେବେ ସୁଦ୍ଧା ପୂରଣ ହେବ ସେ ନେଇ ଅଦାଲତଙ୍କୁ ଜଣାଇବାକୁ ହାଇକୋର୍ଟ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ କ୍ରମେ ଅତିରିକ୍ତ ସ୍ୱସ୍ଥ୍ୟ ଦାୟିତ୍ୱରେ ଥିବା ରାଜା କୁମାର ଶର୍ମା ଏହି ସତ୍ୟପାଠ ଦାଖଲ କରିଛନ୍ତି । ଏହି ସତ୍ୟପାଠ ଦାଖଲ ପରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୂରଲୀଧର ଏବଂ ବିଚାରପତି ଜଷ୍ଟିସ ବି ପି ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀଙ୍କୁ ଏହା ଉପରେ ପ୍ରତି ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତିି ।

ଗ୍ରୁପ ଏ ରେ ୬୭୫ଟି ନିୟମିତ ପଦବୀ ଫାଙ୍କା ରହିଛି । ଫାଙ୍କା ଥିବା ୧୯୮୫ ମେଡିକାଲ ଅଫିସର ପଦବୀରୁ ୧୫୮୬ଟି ପଦବି ଏସସି, ଏସଟି କାଟେଗେରିଙ୍କ ପାଇଁ ଉଦ୍ଧିଷ୍ଟ । ଓପିଏସସି ପକ୍ଷରୁ ୧୩୨ ଜଣଙ୍କୁ ଚୟନ କରାଯିବା ପରେ ସେମାନଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଡକାଯାଇଛି । ଓଏସପିସି ପକ୍ଷରୁ ଚୟନ ତାଲିକା ମିଳିବା ପରେ ସେମାନଙ୍କୁ ନିଯୁକ୍ତି ଦିଆଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ 🔴 ବାଂଲାଦେଶରେ ‘ତାଲିବାନି ଯୁଗ’ 🔴 ଜାମ୍ମୁ-କାଶ୍ମୀରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଜଣେ ଯବାନଙ୍କ ମୃତ୍ୟୁ ସମେତ ୨ଯବାନ ଆହତ 🔴 ଓଡ଼ିଶା ହେବ ଟେକ୍ସଟାଇଲ ହବ୍ 🔴 ଅବପାତରେ ପରିଣତ ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ 🔴 ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ 🔴 ବାଂଲାଦେଶରେ ‘ତାଲିବାନି ଯୁଗ’ 🔴 ଜାମ୍ମୁ-କାଶ୍ମୀରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଜଣେ ଯବାନଙ୍କ ମୃତ୍ୟୁ ସମେତ ୨ଯବାନ ଆହତ 🔴 ଓଡ଼ିଶା ହେବ ଟେକ୍ସଟାଇଲ ହବ୍ 🔴 ଅବପାତରେ ପରିଣତ ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ 🔴 ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକ