Masthead

ପାକିସ୍ତାନରେ ମିଳିତ ସରକାର!

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପାକିସ୍ତାନରେ ମିଳିତ ସରକାର ଗଢ଼ିବ ପିପିପି ଓ ପିଏମ୍ଏଲ୍-ଏନ୍ । ପିପିପି ଚେୟାରମ୍ୟାନ୍ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ ସୂଚନା । ସରକାର ଗଠନ ପାଇଁ ୨ ଦଳ ମଧ୍ୟରେ ଏଗ୍ରିମେଣ୍ଟ ହୋଇଥିବା ସୂଚନା । ଶେହବାଜ ସରିଫ୍ ହେବେ ପ୍ରଧାନମନ୍ତ୍ରୀ, ଅସିଫ୍ ଜର୍ଦ୍ଦାରୀ ହେବେ ରାଷ୍ଟ୍ରପତି । ପାକିସ୍ତାନ ପିପୁଲ୍ସ ପାର୍ଟୀ ଏବଂ ପାକିସ୍ତାନ ମୁସଲିମ ଲିଗ-ନବାଜ ପାକିସ୍ତାନରେ ଏକ ନୂତନ ମିଳିତ ସରକାର ଗଠନ ପାଇଁ ଅନେକ ଦିନରୁ ଆଲୋଚନା ଚାଲୁଥିଲା ।

ଶେଷରେ ମଙ୍ଗଳବାର ଦିନ ଏମାନଙ୍କ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷର ହୋଇଛି । ପାର୍ଟୀର ନେତାମାନେ ଏହି ସମ୍ବନ୍ଧରେ ସୂଚନା ସେୟାର କରିଛନ୍ତି । ପାକିସ୍ତାନ ପିପୁଲ୍ସ ପାର୍ଟୀର ଅଧ୍ୟକ୍ଷ ବିଲାବଲ ଭୂଟ୍ଟୋ ଜରଦାରୀ ମଙ୍ଗଳବାର ଦିନ ବିଳମ୍ବିତ ରାତିରେ ଘୋଷଣା କରିଛନ୍ତି ଯେ, ପାକିସ୍ତାନ ମୁସଲିମ ଲିଗ-ନବାଜ ର ଅଧ୍ୟକ୍ଷ ଶହବାଜ ଶରୀଫ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ । ଅନ୍ୟପଟେ ପିପିପିର ସହ-ଅଧ୍ୟକ୍ଷ ଆସିକ ଜରଦାରୀ ପାକିସ୍ତାନର ଆଗାମୀ ରାଷ୍ଟ୍ରପତି ହେବେ ।

ସୂଚନା ଅନୁଯାୟୀ, ବିଲାବଲ ଭୂଟ୍ଟୋ-ଜରଦାରୀ ଏକ ସମ୍ମିଳନୀରେ କହିଛନ୍ତି ଯେ, ପାକିସ୍ତାନ ପିପୁଲ୍ସ ପାର୍ଟୀ ଏବଂ ପାକିସ୍ତାନ ମୁସଲିମ ଲିଗ-ନବାଜଙ୍କ ସପକ୍ଷରେ ବର୍ତ୍ତମାନ ଅଧିକ ସଂଖ୍ୟା ରହିଛି ଏବଂ ଆମେ ଆଗାମୀ ସରକାର ଗଠନ କରିବା ସ୍ଥିତିରେ ଅଛୁ । ସେ କହିଛନ୍ତି ଯେ, ଦୁଇ ଦଳ ଦେଶର ସରକାର ଗଠନ କରିବେ ଏବଂ ଭରସା ଦେଇଛନ୍ତି ଯେ, ସେ ଏପରି କରିବାକୁ ସକ୍ଷମ ହେବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା