ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମହିଳା ବିରୋଧୀ ନୀତି ଅଭିଯୋଗରେ ବିକ୍ଷୋଭ କରିବ ମହିଳା କଂଗ୍ରେସ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ରାଜଧାନୀରେ କଂଗ୍ରେସର ବିଶାଳ ମହିଳା ସମାବେଶ। ଶକ୍ତି ପ୍ରଦର୍ଶନ କରିବେ କଂଗ୍ରେସ ମହିଳା। ଏଥିପାଇଁ ଭୁବନେଶ୍ୱର ଆସିଛନ୍ତି ସର୍ବଭାରତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା । ତେବେ ସର୍ବଭାରତୀୟ ମହିଳା ସଭାନେତ୍ରୀ ହେବା ପରେ ପ୍ରଥମ ଥର ଲାଗି ଓଡ଼ିଶା ଆସିଛନ୍ତି ଅଳକା ଲାମ୍ବା । ଆଜି କଂଗ୍ରେସର ବିଶାଳ ମହିଳା ସମାବେଶରେ ସେ ଯୋଗଦେବେ ।

ସମସ୍ତ ସାଂଗଠନିକ ଜିଲ୍ଲାରୁ ହଜାର ହଜାର ମହିଳା ଏହି ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମହିଳା ବିରୋଧୀ ନୀତି ଅଭିଯୋଗରେ ରାଜରାସ୍ତାରେ ବିକ୍ଷୋଭ କରିବ ମହିଳା କଂଗ୍ରେସ । ସେପଟେ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିଥିବା ଅଳକା ଲାମ୍ବା କହିଛନ୍ତି, ସଶକ୍ତୀକରଣ ନାଁରେ ଓଡ଼ିଶାରେ ମହିଳାଙ୍କୁ ପ୍ରତାରଣା କରାଯାଉଛି ।

ନିକଟରେ ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସି ଦଳୀୟ କର୍ମୀଙ୍କୁ ଗୁରୁ ମନ୍ତ୍ର ଦେଇଥିଲେ । ତାଙ୍କ ପରାମର୍ଶ ଅନୁଯାୟୀ ଓଡ଼ିଶାରେ ମହିଳା ଓ କଂଗ୍ରେସର ମହିଳା ନେତ୍ରୀମାନଙ୍କୁ ରଣନୀତି ସମ୍ପର୍କରେ ଅବଗତ କରାଯିବ ବୋଲି ଅଳକା ଲାମ୍ବା କହିଛନ୍ତି । ସେହିପରି ମହିଳା କଂଗ୍ରେସର ଓଡ଼ିଶା ଶାଖାର କାର୍ଯ୍ୟକାରିଣୀ ବୈଠକ ବସି ଏହାକୁ ପୁର୍ନଗଠନ କରାଯିବ ବୋଲି ସୂଚନା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’