Masthead

ରାଜ୍ୟରେ ଲାଗୁ ହେବନି ଡେ କର୍ଫ୍ୟୁ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଆଗକୁ ଦିନ ବେଳେ କର୍ଫ୍ୟୁ ଲାଗୁ ହୋଇପାରେ ବୋଲି କହିଥିଲେ। ତେବେ ଲକଡାଉନ ଓ କର୍ଫ୍ୟୁ ଲାଗୁ ସମ୍ପର୍କରେ ଚର୍ଚ୍ଚା ଲାଗି ରହିଥିବା ବେଳେ ଏନେଇ ସ୍ପଷ୍ଟ କରିଛନ୍ତି ସ୍ୱତନ୍ତ୍ର ରିଲଫ୍ କମିଶନର ପ୍ରଦୀପ କୁମାର ଜେନା। ସେ କହିଛନ୍ତି ରାଜ୍ୟରେ ଡେ କର୍ଫ୍ୟୁ ଲାଗୁ ହେବ ନାହଁ । ରାଜ୍ୟରେ ଏବେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି। ସରକାର ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ବର୍ତ୍ତମାନ ସ୍ଥିତିରେ ଡେ କର୍ଫ୍ୟୁ ନେଇ କୌଣସି ଯୋଜନା ନାହିଁ। ସମସ୍ତେ କୋଭିଡ୍ ନିୟମ ମାନି ଚଳିବାକୁ ସେ ପରାମର୍ଶ ଦେଇଛନ୍ତି।

ଅନ୍ୟପଟେ ସଂକ୍ରମଣ ବଢୁଥିବା ଦେଖି ରାଜ୍ୟ ସରକାର ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ କରିବାକୁ ଗତକାଲି ନିର୍ଦ୍ଦେଶ ଦେଇଥିଲା। ଏପ୍ରିଲ୍ ୫ ତାରିଖରୁ ଅର୍ଥାତ୍ ସୋମବାର ଠାରୁ ଏହାକୁ ଲାଗୁ କରାଯିବ। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଏହି କଟକଣା ଲାଗୁ ହେବ। ଏହି ସବୁ ଜିଲ୍ଲା ଗୁଡ଼ିକରେ ରାତି ୧୦ଟାରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ଲାଗୁ କରିବାକୁ କୁହାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୁର୍କୀ, ଅଜରବୈଜାନ ସହ ବନ୍ଦ ହେବ କାରବାର  🔴 ମାନିଲେ ପାକ୍ ପୂର୍ବତନ ବାୟୁସେନା ଅଧିକାରୀ, ପାକିସ୍ତାନି ଆୱାକ୍ସକୁ ନଷ୍ଟ କରିଛି ବ୍ରହ୍ମୋସ 🔴 ନୀରଜ ଚୋପ୍ରାଙ୍କ ନୂଆ ରେକର୍ଡ, ଜାଭେଲିନ ଥ୍ରୋରେ ୯୦ ମିଟର ପାର 🔴 ସତ ମାନିଲା ପାକିସ୍ତାନ, ଭାରତର ଜବାବୀ ଆକ୍ସନରେ ବହୁ ଏୟାରବେସ୍ ଛାରଖାର ହୋଇଛି 🔴 ତପସ୍ବିନୀ ଏକ୍ସପ୍ରେସକୁ ପଥରମାଡ 🔴 ବିଦ୍ରୋହ ଭିତରେ ଆଜି ବସିବ ବିଜେଡିର ପ୍ରଥମ ପିଏସି ବୈଠକ 🔴 ଆଜିଠୁ ପୁଣି ଆରମ୍ଭ ହେବ ଆଇପିଏଲ 🔴 କାଲି ମୁନ୍ନା ଆଜି ରାଜା 🔴 ‘ଟ୍ରେଲର ଦେଖିଛନ୍ତି, ଫିଲ୍ମ ବାକି ଅଛି’ 🔴 ପାକିସ୍ତାନକୁ ଆଇଏମଏଫର ସହାୟତା, ଟ୍ରମ୍ପଙ୍କୁ ସମାଲୋଚନା 🔴 ତୁର୍କୀ, ଅଜରବୈଜାନ ସହ ବନ୍ଦ ହେବ କାରବାର  🔴 ମାନିଲେ ପାକ୍ ପୂର୍ବତନ ବାୟୁସେନା ଅଧିକାରୀ, ପାକିସ୍ତାନି ଆୱାକ୍ସକୁ ନଷ୍ଟ କରିଛି ବ୍ରହ୍ମୋସ 🔴 ନୀରଜ ଚୋପ୍ରାଙ୍କ ନୂଆ ରେକର୍ଡ, ଜାଭେଲିନ ଥ୍ରୋରେ ୯୦ ମିଟର ପାର 🔴 ସତ ମାନିଲା ପାକିସ୍ତାନ, ଭାରତର ଜବାବୀ ଆକ୍ସନରେ ବହୁ ଏୟାରବେସ୍ ଛାରଖାର ହୋଇଛି 🔴 ତପସ୍ବିନୀ ଏକ୍ସପ୍ରେସକୁ ପଥରମାଡ 🔴 ବିଦ୍ରୋହ ଭିତରେ ଆଜି ବସିବ ବିଜେଡିର ପ୍ରଥମ ପିଏସି ବୈଠକ 🔴 ଆଜିଠୁ ପୁଣି ଆରମ୍ଭ ହେବ ଆଇପିଏଲ 🔴 କାଲି ମୁନ୍ନା ଆଜି ରାଜା 🔴 ‘ଟ୍ରେଲର ଦେଖିଛନ୍ତି, ଫିଲ୍ମ ବାକି ଅଛି’ 🔴 ପାକିସ୍ତାନକୁ ଆଇଏମଏଫର ସହାୟତା, ଟ୍ରମ୍ପଙ୍କୁ ସମାଲୋଚନା