Masthead

‘ୟାଶ୍’ ଉଜାଡି ଦେଇଗଲା ଉପକୂଳ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବାତ୍ୟା ଆସିଲା, ଗଲା । ଛାଡି ଦେଇଗଲା ସ୍କୃତିର ପଦଚିହ୍ନ । ଉଜୁଡିଗଲା ଉପକୂଳ । ସେଭଳି କ୍ଷତି ହୋଇନଥିଲେ ମଧ୍ୟ ପ୍ରକୃତିର ଭୟଙ୍କର ରୂପ ପୁଣି ଦେଖିଲା ଓଡ଼ିଶା । ପ୍ରାୟ ପ୍ରତିବର୍ଷ ବାତ୍ୟା ହେଉଛି । ଉଜୁଡି ଯାଉଛି ଲୋକଙ୍କ ସୁଖସପନ । ରାଜକୋଷ ଏକ ପ୍ରକାର ଖାଲି ହୋଇଯାଉଛି । କିନ୍ତୁ ପ୍ରକୃତିର କୋପରୁ ରକ୍ଷା ପାଇବା ପାଇଁ ଆଖିଦୃଶିଆ ଦୀର୍ଘସ୍ଥାୟୀ ପଦକ୍ଷେପ ଗ୍ରହଣ କରାଯାଉ ନ।।ହିଁ । ସମୁଦ୍ର ଆଁରେ ପଶୁଛି ଗାଁ । ସମୁଦ୍ର କୂଳ ଲଙ୍ଘୁଛି । କେତେବେଳେ ଗାଁ ଭିତରେ ସମୁଦ୍ର ତ, ଆଉ କେତେବେଳେ ସମୁଦ୍ର ଭିତରେ ଗାଁ । ସମୁଦ୍ର ତଟବର୍ତ୍ତୀ ବାଲିବନ୍ଧ ଦୁର୍ବଳ ହୋଇପଡିଲାଣି । ଲୁଣାଜଙ୍ଗଲ ଧ୍ୱଂସପ୍ରାୟ । ଗଭୀର ସାଗରରେ ଲଘୁଚାପ ହେଲେ, ଦୁର୍ବଳ ବାଲିବନ୍ଧ ଡେଇଁ ଗାଁ ଭିତରକୁ ମାଡି ଆସୁଛି ଲୁଣାପାଣି ।

ସାମୁଦ୍ରିକ ଝଡ଼ ୟାଶ ସେତେ ଭୟଙ୍କର ହୋଇନଥିଲେ ମଧ୍ୟ ଲହଡ଼ି ଅଟକାଇ ପାରିନଥିଲା ବାଲିବନ୍ଧ । ପ୍ରଥମେ ଧମରାରେ ସମୁଦ୍ର କୂଳ ଲଙ୍ଘିଥିଲା । ୨କିଲୋମିଟର ପର୍ଯ୍ୟନ୍ତି ସ୍ଥଳଭାଗକୁ ମାଡିଆସିଥିଲା ଲୁରିପାଣି । ବୁଡିଯାଇଥିଲା ଚନ୍ଦିନିପାଳର ଶୁଖୁଆଖଳା । ଲୁଣାପାଣିରେ ବୁଡିଯାଇଥିଲା ୫୦ରୁ ଉଦ୍ଧ୍ୱର୍ ଚାଳିଘର । ବୁଧବାର ସକାଳୁ ଭୀମ ରୂପ ଧାରଣ କରିଥିଲା ସାଗର । ମହାକାଳପଡ଼ା କଂସାରବଡ଼ଦାଣ୍ଡୁଆ ପଞ୍ଚାୟତର ବଗଗହଣ, ପଙ୍କପାଳ, ବଡ଼ପାଳ ଗାଁ ବାହଁ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଗୋବରୀ ନଦୀର ଜୁଆର ପାଣି ଗାଁରେ ପଶିଛି । ଗାଁ ଦାଣ୍ଡରେ ୩ଫୁଟ ଉଚ୍ଚରେ ଲୁଣାପାଣି ଲହଡ଼ି ମାରୁଛି । ୬ଶହ ଏକରରୁ ଅଧିକ ଚାଷଜମି ପାରିରେ ବୁଡ଼ି ରହିଛି । ମାଟିରେ ମିଶିଯାଇଛି ଶହ ଶହ ଏକର ଜମିରେ ହୋଇଥିବା ପରିବା ଚାଷ ।

ବାଲେଶ୍ୱରର ୩ଟି ଗାଁ ସମୁଦ୍ର ଆଁରେ । ବାଲେଶ୍ୱର ସଦର ବ୍ଲକର ବଣଯୋକ, ଚାରିଗୋଚ୍ଛିଆ ଓ ନାଉପାଳଗଡ଼ିରେ ସମୁଦ୍ର ପାଣି ପଶିବାରୁ ୫ହଜାର ଲୋକ ବିପନ୍ନ ହୋଇଛନ୍ତି । ବିପନ୍ନମାନଙ୍କୁ ଉଦ୍ଧାର କରିବା ପାଇଁ ଓଡ୍ରାଫ୍, ଅଗ୍ନିଶମ ବାହିନୀ ଲାଗିପଡିଛନ୍ତି । ସେହିପରି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ୧୦ଟି ଗାଁ ପାଣିଘେରରେ । ଜୀବନ ବିକଳରେ ଲୋକମାନେ ଘରଦ୍ୱାର ଛାଡି ଦୌଡିଥିଲେ । ଚାନ୍ଦବାଲି ବ୍ଲକର ୮ପଞ୍ଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡିଛି । ଲକ୍ଷାଧିକ ଲୋକ ବିପନ୍ନ ହୋଇଛନ୍ତି । ସେହିପରି ବାଲିଆପାଳ ବ୍ଲକର ୩ଗାଁ ଗୁରୁତର ପ୍ରଭାବିତ ହୋଇଛି । ଏବେ ଜୀବନ ଜିଇଁବାର ଚିନ୍ତା । ପ୍ରକୃତିର କୋପରୁ ସିନା ରକ୍ଷା ମିଳିଲା, ହେଲେ ଅସଜଡ଼ା ଘରକୁ ସଜାଡିବା ପାଇଁ ସହଯୋଗ ଦରକାର । ଉଜୁଡି ଯାଇଥିବା ଫସଲର କ୍ଷତି ପୂରଣ ଦରକାର । ଭବିଷ୍ୟତରେ ଯେପରି ସମୁଦ୍ର ଗାଁକୁ ଆସିବ ନାହିଁ, ଦୀର୍ଘସୂତ୍ର କାର୍ଯ୍ୟପନ୍ଥା ଜରୁରୀ ହୋଇପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ