ଉପଭୋକ୍ତଙ୍କ ପାଇଁ ସ୍ୱର ଉଠାଇଲା ଆପ୍

ପୁରୀ (ବଡ଼ ଖବର ବ୍ୟୁରୋ): ବିଜୁଳି କାଟ ଓ ଉପୋଭୋକ୍ତାଙ୍କୁ ଲୁଟ ଅଭିଯୋଗରେ ସ୍ୱର ଉଠାଇଲା ଆପ୍ । ପୁରୀରେ ଗରିବ ଲୋକଙ୍କୁ ଶୋଷଣ କରୁଛନ୍ତି ସରକାର । ବେସରକାରୀ କମ୍ପାନୀ କୁ ଆଗରେ ରଖି ଖରାଦିନେ ବିଜୁଳି କାଟ କରି ବିଜେଡି ସରକାର ଲୋକଙ୍କୁ ନାହିଁ ନଥିବା ହଇରାଣ କରୁଛନ୍ତି ବୋଲି ଅଭିଯୋଗ କରି ଆମ ଆଦମୀ ପାର୍ଟି ଏକ ପ୍ରେସ ବିବୃତି ଜାରି କରିଛି । ଆମ୍ ଆଦମୀ ପାର୍ଟି ତରଫରୁ କିଛି ମାସ ପୂର୍ବରୁ ପୁରୀରେ ଲଗାତାର ଆନ୍ଦୋଳନ ହୋଇଥିଲା ।

ଅତିକମରେ ୨୦୦ ୟୁନିଟ ପର୍ଯ୍ୟନ୍ତ ଦେୟମୁକ୍ତ ବିଜୁଳି ଦାବି କରି ଆସୁଛି ଆପ୍ କିନ୍ତୁ ସରକାର କୌଣସି ପ୍ରକାର ପଦକ୍ଷେପ ନେଉନଥିବା ବେଳେ ବାକିଥିବା ବିଜୁଳି ବିଲ୍ ଆଳରେ ପୁରୀ ସହରରେ ଅସହାୟ ଲୋକଙ୍କ ବିଜୁଳି କାଟ କରୁଥିବା ଅଭିଯୋଗ କରିଛି ଆପ୍ । ବାରମ୍ବାର ବିଜୁଳି ଦର ବଢ଼ିବାରୁ ଲୋକ ମାନଙ୍କୁ ବର୍ଦ୍ଧିତ ଦର ଦେବା ରେ ସକ୍ଷମ ହେଉନାହାନ୍ତି । ପୁରୀ ର ବିଜୁଳି ସମସ୍ୟା ବିଷୟରେ ବାରମ୍ବାର ଅଭିଯୋଗ ଆମ୍ ଆଦମୀ ପାର୍ଟିକୁ ଆସୁଛି । ଆମ୍ ଆଦମୀ ପାର୍ଟି ‘ବିଜୁଳି ଆମ ଅଧିକାର’ କ୍ୟାମ୍ପେନ୍ ମାଧ୍ୟମରେ ଅସହାୟ ପରିବାରରେ ବିଜୁଳି ସଂଯୋଗ କରାଯାଇଛି । ଏହି ପ୍ରେସ କନଫରେନ୍ସରେ ଜିଲ୍ଲା ଆବାହକ ସଞ୍ଜୀବ ମହାନ୍ତି, ଜିଲ୍ଲା ସମ୍ପାଦକ ସତ୍ୟଜିତ ମହାନ୍ତି, ପୁରୀ ପୌରପାଳିକା ଅଧକ୍ଷ ରାକେଶ ନନ୍ଦ ଯୋଗ ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!