Masthead

ପ୍ରଥମ ପର୍ଯ୍ୟାୟରେ ତୃତୀୟ ଲହର: ‘ହୁ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କରୋନା ମହାମାରୀର ରୂପ ବଦଳିବାର ଲାଗିଛି । ପୁଣି ଅଧିକାଂଶ ରାଷ୍ଟ୍ରରେ ସଂକ୍ରମଣ ବଢ଼ିଛି। ଡେଲ୍‌ଟା ଭାଇରସ ଏବେ ୧୧୧ରୁ ଅଧିକ ରାଷ୍ଟ୍ରରେ ଚିହ୍ନଟ ହୋଇଛି । ସେଥିପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏକ ଜରୁରୀ ବୈଠକରେ ସ୍ଥିତି ନେଇ ସମୀକ୍ଷା କରାଯାଇଛି ।

ଏବେ ପୁଣି ଡେଲ୍‌ଟା ପ୍ରଜାତି ପାଇଁ ୟୁରୋପ୍‌ ଏବଂ ଉତ୍ତର ଆମେରିକାରେ ସଂକ୍ରମଣ ବଢ଼ୁଛି। ସଂକ୍ରମଣ ଅତି ବ୍ୟାପକ ହେଲେ ସ୍ବାସ୍ଥ୍ୟସେବା ଉପରେ ପ୍ରବଳ ଚାପ ରହିବ। କିଛି ରାଷ୍ଟ୍ରରେ ଟିକାକରଣ ଅତି ଦ୍ରୁତ ଗତିରେ ହେଉଥିବାବେଳେ ଆଉ କିଛି ରାଷ୍ଟ୍ରରେ ଟିକାକରଣ ବିଫଳ ହୋଇଛି। କୋଭିଡ ମୁକାବିଲା ଦିଗରେ ଏଭଳି ତାରତମ୍ୟ ଗରିବ ରାଷ୍ଟ୍ରମାନଙ୍କ ପାଇଁ ଅଧିକ ସଙ୍କଟ ସୃଷ୍ଟି କରିବ ବୋଲି ହୁ ମୁଖ୍ୟ ସତର୍କ କରାଇ ଦେଇଛନ୍ତି।

ଅଧିକ ଘାତକ ଏବଂ ଅତିଶୟ ସଂକ୍ରମଣଶୀଳ ପ୍ରଜାତି ପାଇଁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ପଳାଇଯିବା ଆଶଙ୍କା ରହିଥିବାରୁ ଏଥିପାଇଁ ବିଶ୍ବବ୍ୟାପୀ ମିଳିତ ପ୍ରୟାସ ଲୋଡ଼ା ବୋଲି ହୁ କହିଛି। କରୋନାର ୪ଟି ପ୍ରଜାତି ଏବେ ଅତି ଉଦ୍‌ବେଗର କାରଣ ହୋଇଥିବାରୁ ମହାମାରୀ ଆଗକୁ ମଧ୍ୟ ଜାରି ରହିବ । ଏଥିରୁ ରକ୍ଷା ପାଇବା ପାଇଁ ଉପାୟ ଖୋଜିବାକୁ ହେବ ବୋଲି ‘ହୁ’ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ