Masthead

୩୦ ବର୍ଷ ଧରି ହିଂସା ଘଟାଇବା ପରେ ମୁଖ୍ୟସ୍ରୋତକୁ ଫେରିଲେ ୧ ହଜାର ବିଦ୍ରୋହୀ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆସାମ ସରକାର ୬ଟି ବିଦ୍ରୋହୀ ସଙ୍ଗଠନ ସହ କାର୍ବି ଆଙ୍ଗଲଙ୍ଗ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଏହି ସଶସ୍ତ୍ର ଗୋଷ୍ଠୀ ୩୦ ବର୍ଷରୁ ଅଧିକ ସମୟ ଧରି ହିଂସା ଘଟାଉଥିବାର ସୂଚନା ମିଳିଛି । ଏହି ଐତିହାସିକ ଚୁକ୍ତିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ଏବଂ କେନ୍ଦ୍ରମନ୍ତ୍ରୀ ସରବାନନ୍ଦ ସୋନେୱାଲା ଉପସ୍ଥିତ ଥିଲେ । ଅପରପକ୍ଷେ କାର୍ବି ଆସାମର ଏକ ପ୍ରମୁଖ ଜାତି ସମ୍ପ୍ରଦାୟ ।

ଯିଏକି ଦୀର୍ଘ ବର୍ଷ ଧରି କାର୍ବିି ଆଙ୍ଗଲଙ୍ଗ ସ୍ୱତନ୍ତ୍ର ପରିଷଦ ଦାବି କରିଆସୁଥିଲେ । ଆସାମରେ ଏହି ବିଦ୍ରୋହୀ ଗୋଷ୍ଠୀର ଏକ ଦୀର୍ଘ ଇତିହାସ ରହିଛି । ଏହି ଗୋଷ୍ଠି ୧୯୮୦ ଦଶକରୁ ଜାତିଗତ ହିଂସା, ହତ୍ୟା, ଅପହରଣ ଏବଂ ଟିକସ ଚୋରୀ ଭଳି ଘଟଣାରେ ସକ୍ରିୟ ଥିଲେ ।

ଅନ୍ୟପଟେ ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ କାର୍ବି ଆଙ୍ଗଲଙ୍ଗ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଏହା ସହ ଆସାମ ସରକାର ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ କାର୍ବି ଅଞ୍ଚଳର ବିକାଶ ପାଇଁ ପ୍ରାୟ ୧୦୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଅମିତ ଶାହ ଘୋଷଣା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି