Masthead

ପଞ୍ଜଶିରରେ ୬୦୦ ତାଲିବାନୀ ନିହତ

କାବୁଲ(ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତାନକୁ ଜବରଦଖଲ କରିଥିବା ତାଲିବାନ ଏବେ ପଞ୍ଜଶିରକୁ କବଜା କରିବା ପାଇଁ ବିଦ୍ରୋହ ଆରମ୍ଭ କରିଛି । ପଞ୍ଜଶିରକୁ ନିିଜ ଆୟତରେ ନବା ପାଇଁ ଅନେକ ପ୍ରଚେଷ୍ଟା ଚଳାଇଥିବା ବେଳେ ଶେଷରେ ସବୁଥିରେ ବିଫଳ ହୋଇଛି । ଆଫଗାନର ପୂର୍ବତନ ରାଷ୍ଟ୍ରପତି ଅମରୁୁଲ୍ଲା ସାଲେହ ଓ ଅହମ୍ମଦ ମାସୁଦକୁ କଏଦ କରିବାକୁ ଯାଇ ତାଲିବାନ ଏବେ ନିଜେ ଫସିଯାଇଛି । ପାଖା ପାଖି ୬୦୦ରୁ ଅଧିକ ତାଲିବାନୀ ନର୍ଦ୍ଦନ ଆଲାଏନ୍ସ ଦ୍ୱରା ନିପାତ ହୋଇଥିବା ବେଳେ ୭୦୦ ରୁ ଅଧିକ ତାଲିବାନୀ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଇଛି ନର୍ଦ୍ଦନ ଆଲାଏନ୍ସ ।

ଏହା ପୂର୍ବରୁ ପଞ୍ଜଶିର ନେତା ଅହମ୍ମଦ ମାସୁଦ କହିଥିଲେ ଯେ ଆମେ କେବବି ତାଲିବାନୀଙ୍କ ନିକଟରେ ଆତ୍ମସର୍ମପଣ କରିବୁ ନାହିଁ । ମହମ୍ମଦ ମାସୁଦ ଏକ ଭିଡିଓ ଜରିଆରେ ନିଜର ବାର୍ତ୍ତା ପଠାଇଛନ୍ତି ଯେଉଁଥିରେ ସେ କହିଛନ୍ତି, ୭୦୦ ରୁ ଅଧିକ ତାଲିବାନୀଙ୍କର ମୃତ୍ୟୁ ଘଟିଛି । ଏବଂ ୬୦୦ ରୁ ଅଧିକ ଲୋକ ଆତ୍ମସମର୍ପଣ କରିଛନ୍ତି ।ଗତକାଲି ମାସୁଦ କହିଥିଲେ ଯେ ନ୍ୟାୟ ଏବଂ ସ୍ୱାଧାନତା ପାଇଁ ସେ କେବେବି ନିଜର ସଂଗ୍ରାମ ବନ୍ଦ କରିବେ ନାହିଁ । ସୂଚନା ଯୋଗ୍ୟ ଯେ, ତାଲିବାନ ଅଗଷ୍ଟ ୧୫ ରେ କାବୁଲକୁ କବଜା କରିବା ପରେ ନୁଆ ସରକାର ଗଠନ ଘୋଷାଣକୁ ସ୍ତଗିତ ରଖାଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ