ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସୁଧୁରୁଛି ଭାରତ ଓ ଚୀନ୍ ସମ୍ପର୍କ । SCO ସମ୍ମିଳନୀରେ ଏକାଠି ହେଲେ ୩ ମହାଶକ୍ତି । ଚୀନ୍ ତିଆନିଜ୍ରେ SCO ସମ୍ମିଳନୀ ଆରମ୍ଭ । ଗୋଟିଏ ମଞ୍ଚରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଜିନପିଙ୍ଗ୍ ଓ ପୁଟିନ୍ ନଜର ଆସିଛନ୍ତି । ତିନି ନେତା ପରସ୍ପରକୁ ହାତ ମିଶାଇ ଅଭିନନ୍ଦନ ଜଣାଇଲେ । ଆମେରିକାକୁ ଜବାବ ଦେବାକୁ ଏକାଠି ହେଲେଣି ନଜର ଆସିଛନ୍ତି । ଏସିଆର ଏହି ଦୁଇ ସବୁଠୁ ଶକ୍ତିଶାଳୀ ଦେଶ ।
ଚୀନର ତିଆଜିନ ସହରରେ ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀ ଅବସରରେ ଅବସରରେ ଚୀନ୍ ରାଷ୍ଟ୍ରପତି ସି -ଜିନପିଙ୍ଗ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ସାକ୍ଷାତ ହୋଇଛି । ଗଲୱାନ ସଂଘର୍ଷ ପରେ ଉଭୟ ଦେଶ ମଧ୍ୟରେ ସମ୍ପର୍କରେ ଯେଉଁ ତିକ୍ତତା ଆସିଥିଲା, ଧୀରେ ଧିରେ ଏଥିରେ ସୁଧାର ଆସିଥିବାର ଏହା ପ୍ରମାଣ ଦେଇଛି । ଉଭୟ ନେତାଙ୍କ ମଧ୍ୟରେ ୫୦ ମିନିଟ୍ ଧରି ବୈଠକ ବସିଥିଲା । ଏହି ସାକ୍ଷାତ ଅବସରରେ ଉଭୟ ଦେଶ କିଛି ଗୁରୁତ୍ବପୁର୍ଣ୍ଣ ପ୍ରସଙ୍ଗରେ ସହମତ ହୋଇଛନ୍ତି। ସେପଟେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାକ୍ଷାତ କାର୍ଯ୍ୟକ୍ରମ ରହିଛି ।
ସେପଟେ ମୋଦୀ ଏବଂ ତୁର୍କୀ ରାଷ୍ଟ୍ରପତି ଏର୍ଡୋଗାନଙ୍କ ବନ୍ଧୁତ୍ବପୂର୍ଣ୍ଣ ଭେଟ୍ଘାଟ୍ । ଅପରେସନ ସିନ୍ଦୂର ପରେ ଏହିପରି ଭାବରେ ଦୁହେଁ ହାତ ମିଳାଇଥିଲେ ଏବଂ ପରସ୍ପରର ପିଠି ଥାପୁଡେଇଥିଲେ । ଅପରେସନ ସିନ୍ଦୂର ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତୁର୍କୀ ରାଷ୍ଟ୍ରପତି ରେସେପ ତୟିପ ଏର୍ଡୋଗାନ୍ ଉଭୟଙ୍କ ମଧ୍ୟରେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାକ୍ଷାତ ହୋଇଥିଲା ।
ଉଭୟ ନେତା ହାତ ମିଳାଇଲେ ଏବଂ ପରସ୍ପରର ପିଠି ଥାପୁଡେଇଲେ, ଯାହା ଦୁଇ ଦେଶ ମଧ୍ୟରେ ବଢୁଥିବା ସମ୍ପର୍କର ସଙ୍କେତ ଦେଇଥିଲା । ଅପରେସନ ସିନ୍ଦୁର, ଯାହା ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଥିଲା । ସେ ସମୟରେ ତୁର୍କି ଖୋଲାଖୋଲି ପାକ୍ର ସମର୍ଥନ କରୁଥିଲା । ଯାହାଦ୍ବାରା ତୁର୍କି ଏବଂ ଭାରତ ମଧ୍ୟରେ ତକ୍ତତା ବଢିଥିଲା । କିନ୍ତୁ sco ସମ୍ମିଳନିରେ ତୁର୍କି ରାଷ୍ଟ୍ରପତି ଏବଂ ମୋଦୀଙ୍କ ବନ୍ଧୁତ୍ବପୂର୍ଣ୍ଣ ସାକ୍ଷାତ ଦୁଇ ଦେଶ ମଧ୍ୟରେ ସୁମ୍ପର୍କ ଆଗକୁ ବଢିବା ନେଇ ସଙ୍କେତ ଦେଉଛି ।
