Masthead

ମୋ ବସ ଚଢ଼ିବା ପୂର୍ବରୁ କରିବାରୁ ହେବ ଟିକେଟ

ଭୁବନେଶ୍ବର(ବଡ଼ ଖବର ବ୍ୟୁରୋ): ଏଣିକି ମୋ ବସ୍‌ରେ ଚଢିବା ପୂର୍ବରୁ କରିବାକୁ ପଡ଼ିବ ଟିକେଟ । ଯାତ୍ରୀମାନେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ମୋ ବସ୍‌ର ଗାଇଡ୍‌ମାନଙ୍କ ଠାରୁ ଟିକେଟ୍‌ ସଂଗ୍ରହ କରିବାକୁ ହେବ। ଏହି ନୂତନ ନିୟମ ଆଣିଛି କ୍ୟାପିଟାଲ ରିଜନ୍‌ ଅର୍ବାନ ଟ୍ରାନ୍ସପୋର୍ଟ  ବା କ୍ରୁଟ୍‌। ଏ ବିଷୟରେ ଶୁକ୍ରବାର ଟୁଇଟ୍‌ କରି ସୂଚନା ଦେଇଛି କ୍ରୁଟ । ଟିକେଟ୍‌ ବ୍ୟବସ୍ଥାରେ ଉପଯୁକ୍ତ ଶୃଙ୍ଖଳା ସୁନିଶ୍ଚିତ କରିବା ପାଇଁ ଏଭଳି କରାଯାଇଥିବା କୁହାଯାଇଛି।

ଯାତ୍ରୀମାନେ ନିର୍ଦ୍ଦିଷ୍ଟ ଖୁଚୁରା ଦେଇ କର୍ମଚାରୀଙ୍କୁ ଶତପ୍ରତିଶତ ଟିକେଟ ସୁନିଶ୍ଚିତ କରିବାରେ ସହଯୋଗ କରିବା ପାଇଁ ଅପିଲ୍‌ କରାଯାଇଛି। ସେହିପରି ବିନା ଟିକେଟରେ ଯାତ୍ରା ନ କରିବା ପାଇଁ ମଧ୍ୟ କୁହାଯାଇଛି। ତେବେ କ୍ରୁଟ୍‌ର ଏଭଳି ନିୟମକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।  ଅଧିକାଂଶ ବ୍ୟକ୍ତି ଟୁଇଟ୍‌ କରି କ୍ରୁଟ୍‌ର ଏହି ନୂଆ ନିୟମକୁ ସମାଲୋଚନା କରିଛନ୍ତି। ବର୍ଷା ହେଲେ ଯାତ୍ରୀମାନେ କିପରି ବାହାରେ ଭିଜି ଟିକେଟ୍‌ କରିବେ ବୋଲି ପ୍ରଶ୍ନ କରିଛନ୍ତି।

ଏବେ ପ୍ରବଳ ଖରା ହେଉଥିବାରୁ ଟିକେଟ ପାଇଁ ଅପେକ୍ଷା କରିବା ଆହୁରି କଷ୍ଟକର ହୋଇପଡିବ। ଟିକେଟ କାଟିବା ଦ୍ୱାରା ବହୁତ ସମୟ ଲାଗିବ। ଏବଂ ଗନ୍ତବ୍ୟ ସ୍ଥଳରେ ଠିକ୍‌ ସମୟରେ ପହଞ୍ଚି ହେବନାହିଁ। ତେଣୁ ଏଭଳି ନିୟମକୁ କାର୍ଯ୍ୟକାରୀ ନ କରି ବିକଳ୍ପ ରାସ୍ତା ବାହାର କରିବାକୁ ଦାବି କରାଯାଇଛି। ସେହିପରି ଶତପ୍ରତିଶତ ଟିକେଟ ପାଇବା ପାଇଁ ସମସ୍ତ ବସ୍‌ଷ୍ଟପ୍‌ରେ ଗାଇଡ୍‌ ନିଯୁକ୍ତି କରାଯିବା ଦରକାର। ଯାହାଦ୍ୱାରା ବସ୍‌ ଆସିବା ପୂର୍ବରୁ ଯାତ୍ରୀମାନେ ଗନ୍ତବ୍ୟସ୍ଥଳ ପାଇଁ ଟିକେଟ୍‌ କରି ପାରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର