Before Header

ଟ୍ରକକୁ ପଛରୁ ପିଟିଲା ଭ୍ୟାନ, ୮ ମୃତ ୧୧ ଆହତ

0 769

କେନ୍ଦୁଝର (ବଡ଼ ଖବର ବ୍ୟୁରୋ): ମା’ ତାରିଣୀଙ୍କୁ ଦର୍ଶନ କରିବା ପାଇଁ ବାହାରିଥିଲେ ଦୁଇଟି ପରିବାର । ହେଲେ ସେମାନଙ୍କର ଖୁସି ଗୋଟିଏ ମିନିଟରେ ଶେଷ ହୋଇଗଲା । ଟ୍ରକକୁ ପଛରୁ ପିଟିଲା ଭ୍ୟାନ । ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁତୁତରଙ୍କ ମଧ୍ୟରେ ଅନେକ ଶୁଶୁ ଅଛନ୍ତି । ଘଟଗାଁ ବାଲିଯୋଡି ନିକଟରେ ଘଟିଛି ଏହି ମୁର୍ମଦୁନ୍ତ ଦୁର୍ଘଟଣା । ତାରିଣୀ ଦର୍ଶନ ପାଇଁ ଦିଗପହଣ୍ଡି ପୋଡାମାରିରୁ ଆସିଥିଲେ ଦୁଇ ପରିବାର। ହେଲେ ଅଧା ବାଟରେ ଛକି ବସିଥିଲା ମୃତ୍ୟୁ । ପୋଲିସ୍ ଘଟଣାସ୍ଥଳରେ ଦତନ୍ତ ଜାରି ରଖିଛି । ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଅଞ୍ଚଳର ପୋଡାମାରି ଗ୍ରାମର ଏକ ପରିବାର ତାଙ୍କ ସମ୍ପର୍କୀୟଙ୍କ ସହିତ ତାରିଣୀ ଦର୍ଶନ ପାଇଁ ଆସୁଥିଲେ । ବାଲିଜୋଡି ନିକଟରେ ଏକ ଟ୍ରକ୍ ବ୍ରେକ୍ ଡାଉନ୍ ହୋଇ ରାସ୍ତା ପାଶ୍ବରେ ଠିଆ ହୋଇଥିଲା । ଏହି ଭ୍ୟାନଟି ଟ୍ରକକୁ ପଛପଟୁ ଧକ୍କା ଦେଇଥିଲେ ।

 

 

Leave A Reply

Your email address will not be published.