Masthead

ମାଟିରେ ମିଶିଲା ଟିମନ ସାମ୍ରାଜ୍ୟ

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ): ମାଟିରେ ମିଶିଲା ଦୁର୍ଦ୍ଦାନ୍ତ ଅପରାଧୀ ଶ୍ରୀକାନ୍ତ କୁମ୍ଭାର ଓରଫ ଟିମନର ଘର ଓ ଆଡ୍ଡା । ବଲାଙ୍ଗିର ସହରର ଲର୍କିପାଲି ସ୍ଥିତ ଟିମନର ବେଆଇନ ନିର୍ମିତ ଆଳିଶାନ ବଙ୍ଗଳା ଧୂଳିସାତ୍ । ୨୨ ଡିସିମିଲ ଜାଗା ବେଆଇନ ଭାବେ ଅକ୍ତିଆର କରି ଘର ନିର୍ମାଣ କରିଥିଲା ଅପରାଧି ଟିମନ । ବେଆଇନ ନିର୍ମାଣ ସହ ଘରେ ଅପରାଧିକ କାର୍ଯ୍ୟ ପାଇଁ ଆଡ୍ଡା ଜମୁ ଥିବାରୁ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୋଲିସ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରି ଅପରାଧିର ବେଆଇନ ଘର ଓ ନିର୍ମାଣ ବୋଲଡୋଜର ଲଗାଇ ଭାଙ୍ଗିଦେଇଛି ।

ବାରମ୍ବାର ଅପରାଧ ଘଟାଇ ଜେଲରେ ଥିବା ଟିମନର ଲର୍କିପାଳିର ଘର ଓ ବେଆଇନ ନିର୍ମାଣକୁ ଧ୍ଵଂସ କରାଯାଇଛି । ସେହିପରି ପଥରଚେପା ଠାରେ ଥିବା ବେଆଇନ ଘର ଓ ନିର୍ମାଣକୁ ମଧ୍ୟ ଭାଙ୍ଗି ଦିଆଯାଇଛି । ଏଠାରେ ମଧ୍ୟ ବେଆଇନ ଭାବେ ସରକାରୀ ଜାଗା ହାତେଇ ଘର ନିର୍ମାଣ କରି ଅପରାଧିକ ଆଡ୍ଡା ଚାଲିଥିଲା । ଲୁଟ, ଡକାୟତି, ଜମି ଜାଲିଆତି କରି ଲୋକଙ୍କ ଠାରୁ ବଟି ଆଦାୟ ଭଳି ଯୋଜନା ଏହିଠାରେ ସଙ୍ଗଠିତ ହେଉଥିଲା । ତେଣୁ ତାର ଅପରାଧିକ ସାମ୍ରାଜ୍ୟକୁ ଚୁରମାର କରି ଦେଇଛି ପୋଲିସ । ଜମି ଜାଲିଆତି ଘଟଣାରେ ଏବେ ଟିମନ ଜେଲରେ ଅଛି । ଏଯାଏ ପୋଲିସ ୫ ରୁ ଅଧିକ ଅପରାଧିର ବେଆଇନ ଘର ଓ ନିର୍ମାଣକୁ ଧ୍ଵଂସ କରିସାରିଲାଣି । ଆଗାମୀ ଦିନରେ ମଧ୍ୟ ଏହି କାର୍ଯ୍ୟ ଜାରି ରହିବ ବୋଲି ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା