Masthead

ସମ୍ବିତଙ୍କୁ ଟିକେଟ ନ ମିଳିବା ପାଇଁ ମାଆ ତାରିଣୀଙ୍କୁ ନଡିଆ ପଠାଇଲେ କର୍ମୀ

ତିର୍ତ୍ତୋଲ (ବଡ଼ ଖବର ବ୍ୟୁରୋ): ପୁଣି ବଢିଲା ବିଧାୟକ ସମ୍ବିତ ରାଉତରାୟଙ୍କ ଅଡୁଆ। ଜଗତସିଂହପୁର ଜିଲ୍ଲା ପାରାଦୀପ ନିର୍ବାଚନ ମଣ୍ଡଳୀର ବିଧାୟକ ସମ୍ବିତ ରାଉତରାୟଙ୍କ ବିରୋଧରେ କୁଜଙ୍ଗ ପରେ ରାହାମାରେ ଅସନ୍ତୁଷ୍ଟ ବିଜେଡି କର୍ମୀଙ୍କ ବିଶାଳ ସମାବେଶ। ସମ୍ବିତଙ୍କୁ ପ୍ରାର୍ଥୀ କଲେ ଦଳ ଛାଡି ବିକଳ୍ପ ପ୍ରାର୍ଥୀ ଦେବୁ ବୋଲି କହିଛନ୍ତି ଅସନ୍ତୁଷ୍ଟ ବିଜେଡି କର୍ମୀ । ଜଗତସିଂହପୁର ଜିଲ୍ଲା ପାରାଦୀପ ନିର୍ବାଚନ ମଣ୍ଡଳୀର ବିଜେଡି କନ୍ଦଳ ସହ ବିଜେଡି ବିଧାୟକ ସମ୍ବିତ ରାଉତରାୟଙ୍କ ବିରୋଧ ବଢ଼ିବାରେ ଲାଗିଛି।

ଆଜି ରାହାମା ଜିତ୍ ମଣ୍ଡପ ପରିସରରେ ପାରାଦୀପ ନିର୍ବାଚନ ମଣ୍ଡଳୀର ହଜାର ହଜାର ବିଜେଡି କର୍ମୀ ଓ ମହିଳାମାନଙ୍କ ଦ୍ୱାରା ଏକ ବିଶାଳ ସମାବେଶ କରାଯାଇଥିଲା । ଆଗାମୀ ନିର୍ବାଚନରେ ସମ୍ବିତ ରାଉତରାୟଙ୍କୁ ବିରୋଧ କରିବା ସହିତ ଟିକେଟ୍ ନ ଦେବା ପାଇଁ ମଞ୍ଚରେ ଉପସ୍ଥିତ ବିଜେଡି ନେତା ଦାବି ରଖିଥିଲେ । ବିଧାୟକ ସମ୍ବିତ ରାଉତରାୟଙ୍କୁ ଟିକେଟ ନମିଳିବା ପାଇଁ ମାଆ ତାରିଣୀଙ୍କୁ ନଡ଼ିଆ ପଠେଇଲେ ହଜାର ହଜାର ଅସନ୍ତୁଷ୍ଟ ବିଜେଡି କର୍ମୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ