Masthead

କଂଗ୍ରେସରୁ ବିଶ୍ୱକେତନ ହରିଚନ୍ଦନ ମହାପାତ୍ର ପ୍ରାର୍ଥୀ ସମ୍ଭାବନା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅଜିତ ମଙ୍ଗରାଜଙ୍କ ବିୟୋଗ ପରେ ପିପିଲିରୁ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ଏନେଇ ଚର୍ଚ୍ଚା ଜାରି ରହିଛି । ପ୍ରଥମେ ଅଜିତଙ୍କ ପରିବାରରୁ କେହି ଜଣେ ପ୍ରାର୍ଥୀ ହୁଅନ୍ତୁ ବୋଲି ପିସିସି ଚେଷ୍ଟା କରିଥିଲା । କିନ୍ତୁ ଅଜିତଙ୍କ ପରିବାରରୁ କେହି ରାଜି ହୋଇନାହାନ୍ତି । ଶେଷ ମୁହୂର୍ତ୍ତରେ ଦଳ ଅନ୍ୟ ଆଶାୟୀଙ୍କୁ ନେଇ ଅଙ୍କ କଷିଛି । ତେବେ ଯାହା ସୂଚନା ମିଳିଛି ଦଳ ବିଶ୍ୱକେତନ ହରିଚନ୍ଦନ ମହାପାତ୍ରଙ୍କ ନାଁରେ ହାତ ଚିହ୍ନର ମୋହର ବାଜିବ । ପିସିସି ପକ୍ଷରୁ ଯେଉଁମାନଙ୍କ ନାଁ ଏଆଇସିସିକୁ ପ୍ରସ୍ତାବ ଦିଆଯାଇଛି ସେଥିରେ ବିଶ୍ୱକେତନଙ୍କ ନାଁ ସର୍ବାଗ୍ରେ ରହିଛି ।

ବିଶ୍ୱକେତନ ପୁରୀ ବାହାରେ ନୂଆ ନାଁ ହୋଇଥିଲେ ବି ଜିଲ୍ଲାରେ ତାଙ୍କର ପରିଚୟ ରହିଛି । ସେ ଏକ ରାଜନୈତିକ ପରିବାରରୁ ଆସନ୍ତି । ପୁରୀରେ ନାମକରା ଓକିଲ ଭାବେ ଜଣାଶୁଣା । ଏହା ସହ ସେବାଦଳର ପ୍ରମୁଖ ସଂଗଠକ ଭାବେ ସେ କାର୍ଯ୍ୟ କରୁଛନ୍ତି । ଡେଲାଙ୍ଗରେ କଂଗ୍ରେସର ପଦଯାତ୍ରା ବେଳେ ସେ ଆୟୋଜନର ଦାୟିତ୍ୱ ନେଇଥିଲେ । ଦଳ ଯଦି ତାଙ୍କ ନାଁରେ ମୋହର ମାରେ ତାହେଲେ ସେ ଉପନିର୍ବାଚନରେ କଂଗ୍ରେସର ପ୍ରାର୍ଥୀ ହେବେ । ତାଙ୍କର ମୁକାବିଲା ରୁଦ୍ର ମହାରଥୀ, ଆଶ୍ରିତ ପଟ୍ଟନାୟକଙ୍କ ସହ ହେବ । ଯଦି ବିଶ୍ୱକେତନ ପ୍ରାର୍ଥୀ ହେଲେ ଏମାନଙ୍କ ସେ କେମିତି ଟକ୍କର ଦେବେ ତାହା ନିଶ୍ଚୟ ଦେଖିବାର କଥା । କାରଣ ଦଳ ଓ ନିଜସ୍ୱ ଭୋଟ୍ ସହ ଅଜିତଙ୍କ ଦେହାନ୍ତ ପରେ ଯେଉଁ ଅନୁକମ୍ପା ରହିଛି, ତାହାକୁ ସେ କଂଗ୍ରେସ ଭୋଟରେ କେତେ ରୂପାନ୍ତିରତ କରିପାରୁଛନ୍ତି, ତାହା ଉପରେ ନିର୍ଭର କରେ ସେ କେତେ ଭୋଟ୍ ପାଇବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ