Masthead

ପ୍ରତିଟିି ଓଡ଼ିଆ ପାଇଁ ଆଜି ଏକ ଐତିହାସିକ ଦିନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବ୍ୟାସକବି ଫକୀର ମୋହନ ସେନାପତି,  ବାରିଷ୍ଟର ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, କୃଷ୍ଣଚନ୍ଦ୍ର ଗଜପତିଙ୍କ ସମେତ ବହୁ ମନିଷୀଙ୍କ ପ୍ରବଳ ଉଦ୍ୟମରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ପରିକଳ୍ପନା କରାଯାଇଥିଲା । ଏହି ଜାତିପ୍ରାଣ ଜସସ୍ୱିଙ୍କର ନିରନ୍ତର ପ୍ରଚେଷ୍ଟା ଯୋଗୁଁ ୧୯୩୬ ଏପିଲ ୧ରେ ଗଠନ ହେଲା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ । ଭାଷାଭିତିରେ ଗଢି ଉଠିଲା ଓଡ଼ିଶା । ତଥାପି ମଞ୍ଜୁସା, ସଢେଇକଳା, ଖରସୁଆଁ ଓଡ଼ିଶାରେ ରହିଲା ନାହିଁ ।

ଓଡ଼ିଆ ଭାଷାଭିତିରେ ଓଡ଼ିଶା ଗଠନ ହୋଇଥିଲା । ଭାରତର ସମ୍ବିଧାନ ଦେଇଥିଲା ସ୍ୱୀକୃତି । ଆମର ମୁଦ୍ରା ଟଙ୍କାରେ ମଧ୍ୟ ଲେଖା ଯାଉଥିଲା ଓଡ଼ିଶା । କିନ୍ତୁ ଇଂରାଜୀରେ ଓରିଶା ଲେଖାଯାଉଥିଲା । ବାରମ୍ବାର ଦାବି ସତ୍ତେ୍ୱ ଏଥିରେ ପରିବର୍ତ୍ତନ ଆସିନଥିଲା । ବହୁ ନେତା ଓଡ଼ିଆ ଭାଷା ପ୍ରେମୀ ଚଳାଇଥିଲେ ନିରନ୍ତର ଆନ୍ଦୋଳନ । ଦୀର୍ଘ ୭୫ ବର୍ଷର ଆନ୍ଦୋଳନ ପରେ ମିଳିଲା ସଫଳତା । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଓରିଶା ବଦଳରେ ଇଂରାଜୀରେ ଓଡ଼ିଶା ଲେଖିବାକୁ ଜାରି କଲେ ବିଜ୍ଞପ୍ତି ।

୨୦୧୧ ନଭେମ୍ବର ୧ ତାରିଖରେ ପାର୍ଲାମେଣ୍ଟର ଅନୁମୋଦନକୁ ରାଷ୍ଟ୍ରପତି ମୋହର ମାରିଲେ । ସେହି ଦିନଠାରୁ ଇଂରାଜୀରେ ଓରିଶା ବଦଳରେ ଲେଖା ଯାଉଛି ଓଡ଼ିଶା । ବଦଳିଛି ସରକାରୀ ନଥିପତ୍ର । ବଦଳିଛି ନାମ ଫଳକ । ଇଂରାଜୀରେ ଓରିଶା ବଦଳରେ ଲେଖାଯାଉଛି ଓଡ଼ିଶା । ଓରିଆ ପରିବର୍ତ୍ତେ ଓଡ଼ିଆ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ