Masthead

ଆଜି ଜାତୀୟ କନ୍ୟା ରତ୍ନ ଦିବସ

ଭୁବନେଶ୍ୱର (ବଡ଼ ଖବର): ପ୍ରଜାତନ୍ତ୍ରରେ ମହିଳା ଓ ପୁରୁଷ ଉଭୟ ସମାନ । ଶିକ୍ଷା ଓ ରାଜନୀତିରେ ପୁରୁଷଙ୍କ ଭଳି ମହିଳାମାନଙ୍କର ମଧ୍ୟ ସମାନ ଅଧିକାର ରହିଛି । କିନ୍ତୁ ପୁରୁଷ କୈନ୍ଦ୍ରୀକ ସମାଜରେ ମହିଳାମାନେ ଘରର ଚାରିକାନ୍ଥ ଭିତରେ ବନ୍ଦୀ ହୋଇ ରହୁଥିଲେ । ସେମାନଙ୍କର ବାକ୍ ସ୍ୱାଧୀନତା କ୍ଷୁର୍ଣ୍ଣ ହେବା ସହ ପୁରୁଷର ସେ ପାଲଟି ଥିଲା ସକ୍ଷୀ କଣ୍ଡେଇ । ନାରୀର ଅଧିକାର ଓ ସମାଜପ୍ରତି ଥିବା ତାର ସମର୍ପଣଭାବକୁ କେହି ଗୁରୁତ୍ୱ ଦେଉନଥିଲେ । ଶିକ୍ଷା କ୍ଷେତ୍ରରେ ନାରୀକୁ ଗୁରୁତ୍ୱ ଦିଆଯାଉନଥିଲା । ଏସବୁର ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ୨୦୦୮ରେ କେନ୍ଦ୍ର ସରକାର ନେଇଥିଲେ ନିଷ୍ପତ୍ତି ।

ଭାରତରେ ପ୍ରତିବର୍ଷ ଜାନୁଆରୀ ୨୪ରେ ଜାତୀୟ କନ୍ୟା ରତ୍ନ ଦିବସ ପାଳିତ ହୋଇଆସୁଛି । ଏହି ଦିବସ ପାଳନର ଉଦ୍ଦେଶ୍ୟ ବାଳିକାମାନଙ୍କୁ ସହାୟତା ଏବଂ ସୁଯୋଗ ଯୋଗାଇବା । ଶିଶୁର ଅଧିକାର ବିଷୟରେ ସଚେତନତା ସୃଷ୍ଟି କରିବା, ବାଳିକା ଶିକ୍ଷାର ଗୁରୁତ୍ୱ ଓ ସେମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟିକରିବା ପାଇଁ ପ୍ରଥମେ ୨୦୦୮ରେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟ ଦ୍ୱାରା ଆରମ୍ଭ କରାଯାଇଥିଲା ଜାତୀୟ କନ୍ୟା ରତ୍ନ ଦିବସ । ସମାଜରେ ଝିଅମାନେ ସମ୍ମୁଖୀନ ହେଉଥିବା ଲିଙ୍ଗଭିତ୍ତିକ ଭେଦଭାବ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ସେମାନଙ୍କ ମନୋଭାବ ପରିବର୍ତ୍ତନ ଆଣିବା ଆଜିର ଦିନରେ ପ୍ରଧାନ ଲକ୍ଷ୍ୟ । ବାଳିକାମାନଙ୍କ ଅବସ୍ଥା ସୁଧାରିବା ପାଇଁ ଭାରତ ସରକାର ବର୍ଷ ବର୍ଷ ଧରି ଅନେକ ପଦକ୍ଷେପ ନେଇଛନ୍ତି । ଅନେକ ଅଭିଯାନ ଓ କାର୍ଯ୍ୟକ୍ରମ ଯେପରିକି ଗାର୍ଲ ଚାଇଲ୍ଡ ସେଭ୍, ବେଟି ବଚାଓ ବେଟି ପଢାଓ, ବାଳିକା ପିଲାମାନଙ୍କ ପାଇଁ ମାଗଣା ଶିକ୍ଷା, କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଆରମ୍ଭ କରାଯାଇଛି ।

ଏହି ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି ଦେଶର ଅଗଣିତ ଝିଅମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେମାନଙ୍କ କାର୍ଯ୍ୟଦକ୍ଷତାକୁ ସାଲୁଟ କରିବା ସହ କେନ୍ଦ୍ର ସରକାର ଝିଅମାନଙ୍କ ପ୍ରଗତି ଓ ଶସକ୍ତିକରଣ ପାଇଁ ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପକୁ ମନେପକାଇ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ