Masthead

ବସ୍ତି ପିଲାଙ୍କୁ ପୋଢୁଆଁ କଲେ ରାନୀ ପଣ୍ଡା

ପିପିଲି(ବଡ଼ ଖବର ବ୍ୟୁରୋ):  ଆଜି ପ୍ରଥମାଷ୍ଟମୀ । ହିନ୍ଦୁ ପରମ୍ପରା ଅନୁସାରେ ଘରର ବଡ଼ ପୁଅଝିଅଙ୍କୁ ବନ୍ଦାପନା କରି ନୂଆ ଡ୍ରେସ ପିନ୍ଧାଇ ପ୍ରଥମାଷ୍ଟମୀ ପାଳନ କରାଯାଏ । ଗାଁଠୁ ସହର ଗରିବଠୁ ଧନୀ ପଯ୍ୟନ୍ତ ସମସ୍ତେ ଏହି ପର୍ବକୁ ଧୁମଧାମରେ ପାଳନ କରନ୍ତି । କରୋନା ଯୋଗୁଁ ଜୀବିକା ହରାଇଥିବା କିଛି ଶ୍ରମିକ ଶ୍ରେଣୀର ଲୋକେ ଅର୍ଥ ଅଭାବରୁ ନିଜ ପିଲାଙ୍କୁ ପଢୁଆଁ କରିପାରି ନଥିବାବେଳେ ତାଙ୍କ ପାଖରେ ଆସି ପହଂଚିଛନ୍ତି ସେଲିବ୍ରିଟି ରାନୀ ପଣ୍ଡା । ପୁରୀଜିଲ୍ଲା ପିପିଲି ବ୍ଲକ ଉତ୍ତରା ଶବର ବସ୍ତିର ୩୦ ଜଣ ପିଲାଙ୍କୁ ପଢୁଆଁ କରାଇଛନ୍ତି ରାନୀ ପଣ୍ଡା । ସେ ବସ୍ତିର ପିଲାଙ୍କୁ ଦୁଇଟି ଅଟୋ ରିକ୍ସାରେ ପିପିଲି ନେଇ ଡ୍ରେସ ଦୋକାନରୁ ସମସ୍ତଙ୍କ ପସନ୍ଦ ମୁତାବକ ନୂଆ ଡ୍ରେସ କିଣି ଆଣି ବସ୍ତି ବାସିନ୍ଦାଙ୍କ ସହ ପ୍ରଥମାଷ୍ଟମୀ ପାଳିଥିଲେ । ବସ୍ତି ପିଲାଙ୍କ ସହ ତାଙ୍କ ମାଉସୀ ସାଜି ପ୍ରଥମାଷ୍ଟମୀ ପାଳି ବହୁତ ଖୁସି ଅନୁଭବ କରିଛନ୍ତି ରାଣୀ । ପିଲାମାନେ ନୂଆ ଡ୍ରେସ ପିନ୍ଧି ବହୁତ ଖୁସି ଥିବା କହିଛନ୍ତି ରାଣୀ । ଏହି ବସ୍ତି ବାସିନ୍ଦାଙ୍କ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସହଯୋଗର ହାତ ବଢାଇବା ପାଇଁ ପ୍ରତିଶୃତି ଦେଇଛନ୍ତି ସମାଜସେବୀ ରାନୀ ପଣ୍ଡା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼